ବାଣିଜ୍ୟ

ଖୁବ ଶୀଘ୍ର ମାର୍କେଟକୁ ଆସୁଛି MG Motors ର ଛୋଟ ଇଲେକ୍ଟ୍ରିକ୍ କାର୍, ଥରେ ଚାର୍ଜ କଲେ ୩୦୦ କିଲୋମିଟର !

ଭୁବନେଶ୍ୱର: ଭାରତରେ ଇଲେକ୍ଟ୍ରିକ ଗାଡି ଗୁଡିକ ବଜାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ନିକଟରେ ଟାଟା ମୋଟର୍ସ ଦେଶର ଶସ୍ତା ଇଲେକ୍ଟ୍ରିକ୍ କାର୍ ଟାଟା ଟିଆଗୋ ଇଭି ଲଞ୍ଚ କରିଛି। ଏହି ଗାଡି ପ୍ରଥମ ଦିନରେ ୧୦ ହଜାରରୁ ଅଧିକ ବୁକିଂ ପାଇଥିଲା । ବର୍ତ୍ତମାନ MG Motors ମଧ୍ୟ ଭାରତରେ ଏହାର ଶସ୍ତା କାର ଆଣିବାକୁ ଯାଉଛି। ଏମଜି ମୋଟର୍ସ ଘୋଷଣା କରିଛି ଯେ MG ଏୟାର ଇଭି ଭାରତୀୟ ବଜାରକୁ ଆସୁଛି। ଏହାର ଉନ୍ମୋଚନ ୨୦୨୩ ଆରମ୍ଭରେ ହେବାକୁ ଯାଉଛି ।

ବିଶ୍ୱ ବଜାରରେ ଏହି ଯାନଟି ୱୁଲିଙ୍ଗ ଏୟାର ନାମରେ ଜଣାଶୁଣା । ଏହା ଦୁଇଟି ସଂସ୍କରଣରେ ଆସେ – ସର୍ଟ ହ୍ୱିଲ୍ ବେସ୍ (୨ ଯାତ୍ରୀଙ୍କ ପାଇଁ) ଏବଂ ଲମ୍ବା ହ୍ୱିଲ୍ ବେସ୍ (୪ ଯାତ୍ରୀଙ୍କ ପାଇଁ) । ଯେଉଁଠାରେ ସର୍ଟ ହ୍ୱିଲ୍ ବେସ୍ ରେ 17.3kWh ର ବ୍ୟାଟେରୀ ପ୍ୟାକ୍, ଯାହାକି ୨୦୦ କିଲୋମିଟର ପର୍ଯ୍ୟନ୍ତ ପରିସର ପ୍ରଦାନ କରିଥାଏ । ଲମ୍ବା ହ୍ୱିଲ୍ ବେସ୍ ରେ ଏକ ବଡ଼ 26.7kWh ବ୍ୟାଟେରୀ ଅଛି, ଯାହା ସମ୍ପୂର୍ଣ୍ଣ ଚାର୍ଜରେ ୩୦୦ କିଲୋମିଟର ପରିସର ପ୍ରଦାନ କରିଥାଏ ।

ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ଏକ ଛୋଟ କାର। କାରରେ ୨,୦୧୦ ମିମି ହ୍ୱିଲ୍ ବେସ୍ ଦିଆଯାଇଛି । ଗାଡିର ସାମଗ୍ରିକ ଲମ୍ବ ପ୍ରାୟ ୨.୯ ମିଟର । ଏହା ମାରୁତି ଆଲ୍ଟୋ ଠାରୁ ୪୦୦ ମିମି ଛୋଟ ହେବ। ଭାରତୀୟ ବଜାରରେ ଏହି କାରର ମୂଲ୍ୟ ୧୦ ଲକ୍ଷରୁ କମ୍ ହେବାର ସମ୍ଭାବନା ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com