ଜାତୀୟବାଣିଜ୍ୟ

୨୫୦ଟଙ୍କାରେ ଆରମ୍ଭ କଲେ ରେଷ୍ଟୁରାଣ୍ଟ, ଆଜି ଲକ୍ଷାଧିକ ଟଙ୍କାର ରୋଜଗାର

ନୂଆଦିଲ୍ଲୀ () ଦି ପଇସା ଭଲ ରୋଜଗାର କରିବା, ପରିବାରକୁ ସୁଖରେ ରଖିବାର ଇଚ୍ଛା ସମସ୍ତଙ୍କର ଥାଏ। ଛୋଟ ଛୋଟ ଖୁସିକୁ ପୂରଣ କରି ଜୀବନକୁ ସୁନ୍ଦର ଭାବେ ବଞ୍ଚିବାକୁ କିଏ ବା ନ ଚାହେଁ। କିନ୍ତୁ ସଂଗଠିତ ଜୀବନ ବଞ୍ଚିବା ପାଇଁ ପରିଶ୍ରମ କରିବାକୁ ପଡେ। ଆଉ ପରିଶ୍ରମର ପ୍ରତିଦାନ ବଡ। ସେମିତି କିଛି ଘଟିଛି ମୁମ୍ବାଇର ସଙ୍ଗିତାଙ୍କ ଜୀବନରେ। ଦିନେ ମୟାନଗରୀ ମୁମ୍ବାଇର ରାସ୍ତା କଡରେ ଠେଲା ଗାଡିରେ ଜଳଖିଆ ବିକୁଥିଲେ। ଆଜି ବଡ ରେଷ୍ଟୁରାଣ୍ଟର ମାଲିକ।
ସଙ୍ଗିତା ପ୍ରଥମେ ରାସ୍ତା କଡରେ ଠେଲା ଦୋକାନରେ ରୁଟି ତରକାରୀ ବିକ୍ରି କରୁଥିଲେ। ପରେ ସେ ଭିନ୍ନ ଭିନ୍ନ ଜଳଖିଆ କରି ବିକିଲେ। ଯେତିକି ରୋଜଗାର ହେଉଥିବା ସେଥିରେ ପରିବାର ଚଳାଇବା କଷ୍ଟ ହୋଇପଡୁଥିଲା। ତେଣୁ ସେ ଦୋକାନକୁ ବଡ କରିବାର ଚିନ୍ତା କଲେ। ରେଷ୍ଟୁରାଣ୍ଟ କରିବାର ନିଷ୍ପତ୍ତି ନେଲେ ସଙ୍ଗିତା। ହେଲେ ପାଖରେ ଅର୍ଥର ଅଭାବ। ସେତେବେଳେ ପାଖରେ ମାତ୍ର ୨୫୦ଟଙ୍କା ଥିଲା। ରେଷ୍ଟୁରାଣ୍ଟ କରିବାର ନିଷ୍ପତ୍ତି ନେଲେ। ସେ ଜାଣିଥିଲେ ରେଷ୍ଟୁରାଣ୍ଟ ପାଇଁ ଅଧିକ ଟଙ୍କା ଦରକାର। ଶେଷରେ ସେ ତାଙ୍କ ସାଙ୍ଗ ମାନଙ୍କଠାରୁ କିଛି ଉଧାର ଆଣିଲେ ଏବଂ ସେଥିରେ ରେଷ୍ଟୁରାଣ୍ଟ କଲେ। ସଙ୍ଗିତାଙ୍କ ରେଷ୍ଟୁରାଣ୍ଟର ନାଁ ରହିଛି ‘ସଙ୍ଗିତା କିଚେନ୍‌’। ପ୍ରଥମେ ରେଷ୍ଟୁରାଣ୍ଟରୁ ଭଲ ରୋଜଗାର ହେଉନଥିଲା। ସଙ୍ଗିତା ଭିନ୍ନ ଭିନ୍ନ ସ୍ବାଦର ଖାଦ୍ୟ କରି ଲୋକଙ୍କୁ ପରସିଲେ। ଧିରେ ଧିରେ ତାଙ୍କ ଖାଦ୍ୟର ଚାହିଦା ବଢିଲା।
ରେଷ୍ଟୁରାଣ୍ଟରେ ସଙ୍ଗିତାଙ୍କ ସହ କିଛି କର୍ମଚାରୀ ରହିଛନ୍ତି। ନିଜେ ସଙ୍ଗିତା ତାଙ୍କ ରେଷ୍ଟୁରାଣ୍ଟରେ ରୋଷେଇ କରନ୍ତି। ରୋଷେଇ କରୁଥିବା ସମୟରେ ସଙ୍ଗିତା ଛୋଟ ଦୁର୍ଘଟଣାର ସାମ୍ନା କରିଛନ୍ତି। ହାତ ଗୋଟର କିଛି ଅଂଶ ଜଳି ଯାଇଛି। ତଥାପି ସେ ରୋଷ୍ଟୁରାଣ୍ଟ ଆସିବା ବନ୍ଦ କରିନାହାନ୍ତି। ଆଜି ସଙ୍ଗିତାଙ୍କ ରୋଷ୍ଟୁରାଣ୍ଟର ଖାଇବା ଥାଳି ମୁମ୍ବାଇ ବାସୀଙ୍କ ବେଶ୍‌ ପସନ୍ଦ। ଭଲ ଖାଦ୍ୟ ଦେଇ ମନ ଜିତୁଛନ୍ତି ସଙ୍ଗିତା।

Related Articles

Back to top button
WP Twitter Auto Publish Powered By : XYZScripts.com