Featuredଜାତୀୟବାଣିଜ୍ୟରାଜନୀତି

ଚମାଟୋ ଚିନ୍ତାରେ ବ୍ୟବସାୟୀ, ରଖିଲେ ବାଉନସର

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଦେଶରେ ଆକାଶଛୁଆଁ ଟମାଟୋ ଦର । ଯାହାର ପ୍ରଭାବ ରୋଶେଇ ଶାଳାରେ ପଡିଛି । ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଯାଇଛନ୍ତି । ଗୋଟେପଟେ ଟମାଟୋର ମୂଲ୍ୟ ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସୁଛି । କେଉଁଠି କ୍ଷେତରୁ ଲକ୍ଷ ଲକ୍ଷ ଟମାଟୋ ରୋରୀ ହେଇଯାଉଛି ତ ଆଉ କିଏ ଟମାଟୋକୁ ନେଇ ଗୀତ ବନେଇ ନାଚୁଛନ୍ତି । ସେହିପରି କିଛିଦିନ ତଳେ ମ୍ୟାକଡୋନାଲ୍ଡ ବର୍ଗରରୁ ଟମାଟୋ ଉଭାନ ହେବା ଭଳି ଖବର ସାମ୍ନାକୁ ଆସିଥିଲା । ଏବେ ବାରଣାସୀରୁ ଟମାଟୋକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣଙ୍କର ହୋସ ଉଡିଯିବ । କାରଣ ବାରଣାସୀର ଜଣେ ବ୍ୟବସାୟୀ ଟମାଟୋକୁ ଜଗିବା ପାଇଁ ବାଉନସରଙ୍କୁ ନିଯୁକ୍ତ କରିଛନ୍ତି।

ଆପଣ ନିଶ୍ଚୟ ଭାବୁଥିବେ ଟମାଟୋକୁ ପୁଣି ବାଉନସର ଜଗୁଛନ୍ତି । ହଁ ଆଜ୍ଞା ବାରଣାସୀରେ ଟମାଟୋ କିଲୋ ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବ୍ୟବସାୟୀ ଅଜୟ ଫୌଜ ଏଭଳି କିଛି ନୂତନ ପନ୍ଥା ଆପଣେଇଛନ୍ତି । ତେବେ ବାଉନ୍ସର ରଖିଥିବା ବ୍ୟବସାୟୀ ଅଜୟ ଫୌଜ କହିଛନ୍ତି ଯେ ଟମାଟୋର ଦାମ ଅଧିକ ଥିବାରୁ କିଛି ଲୋକ ଟମାଟୋ ଚାରୀ କରୁଛନ୍ତି । ଏମିତିକି କିଛି ଗ୍ରାହକ ବହୁତ ଯୁକ୍ତି ମଧ୍ୟ କରୁଛନ୍ତି । ଆମେ ସେମାନଙ୍କ ସହ ଯୁକ୍ତି କରିବାକୁ ଚାହୁଁନୁ । ସେଥିପାଇଁ ବାଉନସର ରଖିଛୁ । ତେବେ ବ୍ୟବସାୟୀ ଜଣକ ଖାଲି ବାଉନ୍ସର ରଖିଛନ୍ତି ତା ନୁହେଁ ଆଗ ପଇସା ପରେ ଟମାଟୋ ଏବଂ ଦୟାକରି ଟମାଟୋ ଓ ଲଙ୍କା ସ୍ପର୍ଶ କରନାହିଁ ଲେଖି ସେ ଏକ ବୋର୍ଡ ମଧ୍ୟ ଦୋକାନ ଆଗରେ ଲଗାଇଛନ୍ତି । ସେହିପରି ଅନ୍ୟ ପକ୍ଷରେ ମଧ୍ୟପ୍ରଦେଶର ଜଣେ ସ୍ମାର୍ଟଫୋନ ବ୍ୟବସାୟୀ ଆଇଫୋନ ସହିତ ଗ୍ରାହକଙ୍କୁ ମାଗଣାରେ ଟମାଟୋ ଦେଉଛନ୍ତି । ସ୍ମାର୍ଟଫୋନ ବ୍ୟବସାୟୀ ଅଭିଷେକ କହିଛନ୍ତି ବଜାର ପ୍ରତିଦ୍ୱନ୍ଦ୍ୱିତାରେ ଆଗରେ ରହିବା ଲାଗି ଗ୍ରାହକଙ୍କୁ ଆମେ ଟମାଟୋ ଦେବାକୁ ନିଷ୍ପତ୍ତି ନେଇଛୁ । ତେବେ ଦେଶରେ ଟମାଟୋର ମୂଲ୍ୟ କେବେ ହ୍ରାସ ପାଇବ ତାକୁ ନେଇ ଖାଉଟି ଅପେକ୍ଷା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com