ଜାତୀୟମନୋରଞ୍ଜନ

ପରଲୋକରେ ଟଲିଉଡ୍‌ ପ୍ରଡ୍ୟୁସର ଗୋରାନ୍ତଲା ରାଜେନ୍ଦ୍ର ପ୍ରସାଦ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ମୁମ୍ବାଇ: ଟଲିଉଡ୍‌ ଇଣ୍ଡଷ୍ଟ୍ରିରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦଙ୍କ ଗତକାଲି ଅର୍ଥାତ୍‌ ୭ ଜୁଲାଇରେ ପରଲୋକ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ । ହଠାତ୍‌ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟତଃ ୮୬ ବର୍ଷ ବୟସରେ ହୋଇଥିଲା। ରାଜେନ୍ଦ୍ର ପ୍ରସାଦଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁରା ଟଲିଉଡ୍ ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଛି।

ରାଜେନ୍ଦ୍ର ପ୍ରସାଦ ଜଣେ ଲୋକପ୍ରିୟ ପ୍ରଡ୍ୟୁସର ତଥା ପ୍ରଯୋଜନା ଥିଲେ । ରାଣା ଦାଗ୍ଗୁବତୀଙ୍କ ଦାଦା ଡି ରାମନାଇଡୁଙ୍କ ସହ ଅନେକ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ। ସେ ୧୯୬୩ ମସିହାରେ ଫିଲ୍ମ ‘ରାମୁଡୁ ଭୀମୁଡୁ’ ସହିତ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ବ୍ୟତୀତ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ନିର୍ମିତ ହୋଇଥିବା ଅଧିକାଂଶ ଫିଲ୍ମ ବ୍ଲକବଷ୍ଟର ପ୍ରମାଣିତ ହୋଇଛି। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଛୋଟ ବଡ ସେଲିବ୍ରିଟି ଏହି ସମୟରେ ପରିବାରକୁ ସମବେଦନା ଜଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com