ଜାତୀୟ

ଭାବୀ ଅମ୍ବାନୀ ବୋହୂଙ୍କ ଭାରତନାଟ୍ୟମ୍, ଜିଓ ୱାର୍ଲଡ ସେଣ୍ଟରରେ କଲେ ପରିବେଷଣ

ଭୁବନେଶ୍ୱର: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଭାବୀ ବୋହୂ ରାଧିକା ମର୍ଚ୍ଚାଣ୍ଟ ନିକଟରେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଛନ୍ତି । ରାଧିକାଙ୍କ ଦ୍ୱାରା ‘ଅରଙ୍ଗେତ୍ରାମ’ ବା ‘ଆସେଣ୍ଟ ଅଫ୍‌ ଷ୍ଟେଜ’ ରବିବାର ବିକେସି ସ୍ଥିତ ଜିଓ ୱାର୍ଲଡ ସେଣ୍ଟରର ଗ୍ରାଣ୍ଟ ଥିଏଟରେ ପରିବେଷଣ ହୋଇଥିଲା । ଏହା ତାଙ୍କର ପ୍ରଥମ ଏକକ ପର୍‌ଫରମାନ୍ସ । ଏହାକୁ ଉପସ୍ଥିତ ଦର୍ଶକ କରତାଳି ଦେଇ ଉତ୍ସାହିତ କରିବା ସହ ବେଶ ପ୍ରଶଂସା କରିଛନ୍ତି ।

ମର୍ଚ୍ଚାଣ୍ଟ ଏବଂ ଅମ୍ବାନୀ ପରିବାର ଉପସ୍ଥିତ ରହି ରାଧିକାଙ୍କୁ ଉତ୍ସାହିତ କରିଥିଲେ । କୋଭିଡ ନିୟମାବଳୀ ପାଳନ ସହ ଅତିଥିମାନଙ୍କୁ ଦୁଇ ପରିବାର ପକ୍ଷରୁ କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଇଥିଲା । ବାଣିଜ୍ୟ, କଳା ଏବଂ ପବ୍ଲିକ ସର୍ଭିସ କ୍ଷେତ୍ରର ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଧିକା ତାଙ୍କ ଗୁରୁ ଭାବନା ଠାକୁରଙ୍କଠାରୁ ଭାରତନାଟ୍ୟମରେ ୮ ବର୍ଷ ତାଲିମ ନେଇଛନ୍ତି । ଗୁରୁ ଶିଷ୍ୟ ପରମ୍ପରାରେ ଭାରତର ଏକ ପାରମ୍ପରିକ କଳାର ପ୍ରସାର ଦିଗରେ ସେ ଉଦ୍ୟମ ଜାରି ରଖିଛନ୍ତି ।

ଅମ୍ବାନୀ ପରିବାରରେ ନୀତା ଅମ୍ବାନିଙ୍କ ପରେ ରାଧିକା ମର୍ଚ୍ଚାଣ୍ଟ ଭାରତନାଟ୍ୟମ ସହ ଜଡ଼ିତ ଦ୍ୱିତୀୟ ମହିଳା । ପୁଷ୍ପାଞ୍ଜଳୀ ପରେ ରାଧିକା ଗଣେଷ ବନ୍ଦନା, ପାରମ୍ପରିକ ପ୍ରାର୍ଥନା ସହ ଲୋକପ୍ରିୟ ଭଜନ ଅଚ୍ୟୁତମ କେଶବମ୍‌ ପରିବେଷଣ କରିଥିଲେ । ଏହାପରେ ଶିବ ପଞ୍ଚାକ୍ଷରୀ ଏବଂ ଅଷ୍ଟରସ ମଧ୍ୟ ପରିବେଷଣ କରିଥିଲେ । ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନି ଏବଂ ନୀତା ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନିଙ୍କୁ ରାଧିକା ବିବାହ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com