ଜାତୀୟମନୋରଞ୍ଜନ

‘ପଠାନ’ର ରିଲିଜ୍ ଡେଟ୍ ହେଲା ଘୋଷଣା, ୫ ବର୍ଷ ପରେ ବଡ଼ ପରଦାକୁ ଆସୁଛନ୍ତି କିଙ୍ଗ ଖାନ୍

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଶାହରୁଖ ତାଙ୍କର ବହୁପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ବହୁ ପୂର୍ବରୁ ସିନେପ୍ରେମୀମାନେ ‘ପଠାନ’ କେବେ ରିଲିଜ୍ ହେବ ସେନେଇ ଉତ୍ସୁକତାର ସହ ଚାହିଁ ରହିଥିଲେ । ଏବାବଦରେ ଶାହରୁଖ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ପୋଷ୍ଟ ଶେୟାର କରିଛନ୍ତି ।
ତେବେ ଜଣାପଡ଼ିଛି ଯେ, ଆସନ୍ତାବର୍ଷ ଜାନୁଆରୀ ମାସ ୨୫ ତାରିଖରେ ପଠାନ୍ ସିନେମା ଘରକୁ ଯିବ । ବହୁ ସମୟ ଧରି କିଙ୍ଗ ଖାନଙ୍କ କୌଣସି ସିନେମା ପରଦା ଉପରକୁ ଆସିନଥିବାରୁ ସିନେପ୍ରେମୀମାନେ ଶାହରୁଖଙ୍କ ଫିଲ୍ମକୁ ଚାତକ ଭଳି ଚାହିଁ ରହିଥିଲେ । ପୋଷ୍ଟରେ ଶାହରୁଖ ଲେଖିଛନ୍ତି- ‘ମୁଁ ଜାଣିଛି ବହୁତ ବିଳମ୍ବ ହୋଇଗଲା । କିନ୍ତୁ ଆପଣମାନେ ତାରିଖକୁ ଭଲଭାବେ ମନେ ରଖନ୍ତୁ । ପଠାନର ଟାଇମ୍ ଆରମ୍ଭ ହୋଇଯାଇଛି । ୨୦୨୩ ଜାନୁଆୀ ୨୫ରେ ଆମେ ସିନେମା ଘରେ ଦେଖାହେବା ।’
ଶାହରୁଖଙ୍କ ପଠାନ ହିନ୍ଦି, ତାମିଲ, ତେଲୁଗୁ ଆଦି ୩ଟି ଭାଷାରେ ପ୍ରଦର୍ଶିତ ହେବ । ତେବେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିବା ସହ ଶାହରୁଖ ଫିଲ୍ମର କିଛି ଝଲକ ମଧ୍ୟ ଶେୟାର କରିଛନ୍ତି । ଦୀର୍ଘ ୫ ବର୍ଷ ପରେ ଶାହରୁଖ ବଡ଼ ପରଦାରେ ଆସିବେ । ତେଣୁ ଫ୍ୟାନ୍ସଙ୍କ ମଧ୍ୟରେ ଏନେଇ ଉତ୍କଣ୍ଠା ଦେଖିବାକୁ ମିଳିଛି । ମାତ୍ର କେଇ ମିନିଟ ମଧ୍ୟରେ ପଠାନର ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି । ପଠାନରେ ଶାହରୁଖ ଏକ ସ୍ପେଶାଲ ଲୁକରେ ଆସୁଛନ୍ତି । ଲମ୍ବା ଚୁଟି, ଫିଟ ବଡି ଓ ଦାଢ଼ି ତାଙ୍କର ଚରିତ୍ରକୁ ଖାସ୍ ବନାଇବାରେ ସହାୟକ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com