ବାଣିଜ୍ୟ

ଓଡ଼ିଶାରେ ଆରମ୍ଭ ହେବ ସରୋଗାସି ବ୍ୟବସ୍ଥା

   ଭୁବନେଶ୍ୱର, ୨୧/୦୧/୨୦୨୩ –   ଓଡ଼ିଶାରେ ଆରମ୍ଭ ହେବ ସରୋଗାସି ବ୍ୟବସ୍ଥା । ଏଥିପାଇଁ ୧୨ ଟି ସଂସ୍ଥା ଅନଲାଇନରେ ଆବେଦନ କରିଛନ୍ତି । ଯଦି ସରୋଗାସି ଓ ART ବ୍ୟାଙ୍କ ପାଇଁ ଆବେଦନ କରିଥିବା ସଂସ୍ଥାର କାଗଜପତ୍ର ଠିକ ଥାଏ ତାହାହେଲେ ଏଥିପାଇଁ ସେମାନଙ୍କୁ ଅନୁମୋଦନ ମିଳିବ ।

ଏହି ସବୁ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ୨୦୨୨ ଜୁନରେ ବୋର୍ଡ ଗଠନ କରିଥିଲେ । ଏହି ବୋର୍ଡରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ, ଶିଶୁରୋଗ ବିଶେଷଜ୍ଞ ଓ କିଛି ସମାଜସେବୀ ରହିଛନ୍ତି ।

ତେବେ ସରୋଗାସି ବା ଭଡାରେ ଗର୍ଭଧାରଣ ପାଇଁ ଖର୍ଚ୍ଚ ଦେଖିଲେ, ବର୍ତ୍ତମାନ ରାଜ୍ୟରେ ବେସରକାରୀ ଡାକ୍ତରଖାନାରେ IVF ପାଇଁ ଦେଢ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେବେ ସରୋଗାସି ପାଇଁ ଏହାଠାରୁ ଅଧିକ ଖର୍ଚ୍ଚ ହୋଇପାରେ । ଏହି ସୁବିଧା ଉପଲବ୍ଧ ହେଲେ ଏଣିକି ଅଧିକ ଖର୍ଚ୍ଚାନ୍ତ ହୋଇ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ତେବେ ଏଥିପାଇଁ ଭୃଣ ଧାରଣ କରୁଥିବା ମହିଳାଙ୍କ ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ଦମ୍ପତି ବହନ କରିବେ ଏଥିପାଇଁ ଏକ ରାଜିନାମା ସ୍ୱାକ୍ଷରିତ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com