ବାଣିଜ୍ୟ

ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ୍ ପ୍ରତ୍ୟାହାର କରିବା ଦାବିରେ ବିକ୍ଷୋଭ

ବ୍ରହ୍ମପୁର, ୧୫/୦୯/୨୦୨୨ –  ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ  ବ୍ରହ୍ମପୁର ବୋର୍ଡ ଅଫିସ୍ ସମ୍ମୁଖରେ  ବିକ୍ଷୋଭ କରାଯାଇଛି । ଏଥି ସହିତ ଏକ ଦାବି ପତ୍ର ବ୍ରହ୍ମପୁର ବୋର୍ଡ କର୍ତ୍ତୃପକ୍ଷଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । କୋରନା ପରେ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଦୟନୀୟ ହୋଇଯାଇଛି । ଲକ୍ଷ ଲକ୍ଷ ଲୋକ ତାଙ୍କର କାର୍ଯ୍ୟ ହରାଇଛନ୍ତି । ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢାର ଦାୟିତ୍ୱ ସମ୍ପୁର୍ଣ୍ଣ ଭାବେ ସରକାର ନେବା କଥା କିନ୍ତୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ୪୨୦ ଟଙ୍କା ଫିସ ଆଦାୟ ନିଷ୍ପତ୍ତି ନେଇଛି ।

ଫଳରେ ବହୁ ଗରିବ ଛାତ୍ରଛାତ୍ରୀ ଫର୍ମ ପୂରଣ କରିନପାରି ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ସମେଟିଭ ପରୀକ୍ଷା ଆଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଖରୁ ୪ ଥର ଫିସ ଆଦାୟ ଆଗରୁ ଆଦାୟ କରାଯାଉ ନଥିଲା । ଚଳିତ ବର୍ଷରୁ ଏହିଭଳି ଫିସ୍ ଆଦାୟ କରିବା ଅନ୍ୟାୟ । ତେଣୁ ଏହି ଫିସ୍ ସମ୍ପୁର୍ଣ୍ଣ ପ୍ରତ୍ୟାହାର ପାଇଁ ଏଆଇଡ଼ିଏସଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଦାବି କରାଯାଉଛି । ଏହି କାର୍ଯ୍ୟକ୍ରମରେ ଏଆଇଡ଼ିଏସଓ ରାଜ୍ୟ ସଭାପତି ସେମନାଥ ବେହେରା, ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ କିସାନ ସାହୁ, ନାରାୟଣ ସାହୁ, ପପୁନ ସାହୁ, ଅଲିଭା ଦାଶ ଆଦି ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com