ଓଡ଼ିଶା

ମାଲକାନଗିରିରେ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ

ମାଲକାନଗିରି:  ମାଲକାନଗିରି ଜିଲ୍ଲାରେ ଗତ ପାଞ୍ଚ ଦିନ ଧରି ଲଗାଣ ବର୍ଷା ଜାରି ରହିଛି ଷ ଫଳରେ  ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇ ପଡିଛି  । ସିଲେରୁ, ସାବେରୀ, ପୋଟେରୂ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ସେହିପରି ମୋଟୁ ସୀମାନ୍ତ ଠାରୁ ଦୁଇ କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶର କାଲେରୁ ଗାଁ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ପାଞ୍ଚ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ମୋଟୁ ଓ ଆନ୍ଧ୍ର ପ୍ରଦେଶ ଚିନ୍ତୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଏପରିକି ମୋଟୁ ସୀମାନ୍ତରେ ଗତ ଚାରି ଦିନ  ଧରି ଶହ ଶହ ଯାନ ବାହନ ଅଟକି ରହିଛି ।

ଆହୁରି ମଧ୍ୟ ଗୋଦାବରୀ ନଦୀରେ ବିପଦ ସଂକେତ ୫୩ ଫୁଟ ରହିଥିବା ବେଳେ ବତ୍ତର୍ମାନ ସେଠାରେ ଜଳସ୍ତର ୫୯ ଫୁଟ ରହିଛି । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ଆଶଙ୍କା ରହିଛି । ପରିସ୍ଥିତି ଉପରେ ନଜର ରଖିବା ଲାଗି ବିଡିଓ  ଓ ତହସିଲଦାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଭାରି ବର୍ଷା ଯୋଗୁଁ   ମାଲକାନଗିରି ସହରର କିଛି ଘରୋଇ ବିଦ୍ୟାଳୟକୁ ଆଜି ଛୁଟି ଘୋଷଣା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com