ଜାତୀୟ

BMWରେ ଝିଅର ପାୱାର ଶୋ’, କ୍ଷମା ମାଗିଲେ ବିଧାୟକ ବାପା

ବେଙ୍ଗାଲୁରୁ: କଥାରେ ଅଛି ବଡ ଘର ବଡ ଗୁମର କଥା  । କିନ୍ତୁ ବଡବଡିଆଙ୍କ ଔଦ୍ଧତାମି ଏବେ ରାସ୍ତାଘାଟରେ ଦେଖିବାକୁ ମିଳିଛି  । ବିଧାୟକ ବାପାଙ୍କ ପାୱାର ଦେଖାଇ ଦୁର୍ବ୍ୟବହାର କରିଛନ୍ତି ଝିଅ  । ସହର ଭିତରେ ଦ୍ରୁତଗତିରେ ଗାଡି ଚଲାଇବା ସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ତଣ୍ଡ ଗଣିଛନ୍ତି ବିଧାୟକଙ୍କ ଝିଅ । ଆଉ ଝିଅର ଏଭଳି କାରନାମାରେ କ୍ଷମା ମାଗିଛନ୍ତି କର୍ଣ୍ଣାଟକର ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭଲି  ।

ଗତ ଗୁରୁବାର ସନ୍ଧ୍ୟାରେ ବେଙ୍ଗାଲୁରୁ ରାସ୍ତାରେ ହଇଚଇ ସୃଷ୍ଟି କରିଥିଲା ବିଏମଡବ୍ଲୁର ୨୦୨୦ ମଡେଲ (K03-NH0909)  । ସନ୍ଧ୍ୟା ୫ଟା ବେଳେ କୁଇନ ରୋଡରୁ ରାଜଭବନ ରୋଡ ମଧ୍ୟରେ ଔଦ୍ଧତାମି ଦେଖାଇଥିଲା BMW  । ଦ୍ରୁତଗତିରେ ଆସି ଜଣେ ପୋଲିସ ଅଧିକାରୀଙ୍କ ଗାଡିକୁ ଅତିକ୍ରମ କରିବା ବେଳେ BMW କୁ ଅଟକାଇଥିଲା ପୋଲିସ  । ଏହି ସମୟରେ ଗାଡିରୁ ବାହାରି ଆସି ପୋଲିସ ସହ ପାଟିତୁଣ୍ଡ ଆରମ୍ଭ କରି ଦେଇଥିଲେ ୨୦ ବର୍ଷୀୟ ଯୁବତୀ  । ‘କଣ ଏସିପିଙ୍କ କାରକୁ ଓଭରଟେକ କରିବାରୁ ଗାଡି ଅଟକାଇଛ ? ଏଇଟା ଜଣେ ବିଧାୟକଙ୍କ ଗାଡି । ମୋ ବାପା ହେଉଛନ୍ତି ବିଧାୟକ ଅରବିନ୍ଦ ଲିମ୍ବାଭାଲି  । ଆମକୁ ଯିବାକୁ ଦିଅନ୍ତୁ  । ମୁଁ ଜୋରିମାନା ଦେବି ନାହିଁ  । ଓଭରଟେକିଂ ପାଇଁ ମାମଲା ରୁଜୁ ହୁଏନି’ ବୋଲି ଉତକ୍ଷିପ୍ତ ହୋଇ ପ୍ରଶ୍ନ କରିଥିଲେ ଯୁବତୀ  । ତେବେ ସେ ଭୁଲ ଦିଗରେ ଦ୍ରୁତଗତିରେ ଆସି ଗାଡି ଅତିକ୍ରମ କରିଥିବା ପୋଲିସ ତାଙ୍କୁ କହିଥିଲେ ମଧ୍ୟ ମାନିନଥିଲେ ଯୁବତୀ  ।

ସେହିପରି ସେଠାରେ ଥିବା ଗଣମାଧ୍ୟମ ସଂସ୍ଥାର କ୍ୟାମେରାମ୍ୟାନ ଏହି ଘଟଣାକୁ କଏଦ କରିବା ସମୟରେ ତାଙ୍କୁ ମଧ୍ୟ ଅସଦାଚରଣ କରିଥିଲେ ଯୁବତୀ  । ‘ତୁମକୁ କିଏ ପଠାଇଛି ଏଠାକୁ ? କିଏ ତୁମେ ?’ କ୍ୟାମେରା ବନ୍ଦ କର କହି ଇଂରାଜୀରେ ଚିତ୍କାର କରିବା ସହ କ୍ୟାମେରାକୁ ମଧ୍ୟ ତିନି ଚାରି ମୁଥ ମାରିଥିଲେ  ।

ଗାଡିରେ ବସିଥିବା ଆଉ ୩ ଜଣ ବନ୍ଧୁଙ୍କ ମଧ୍ୟରୁ ଜଣେ ଯୁବକ ଅନଲାଇନରେ ଜୋରିମାନା ଗଣିବା ପରେ ପୋଲିସ ସେମାନଙ୍କ ଗାଡି ଯିବାକୁ ଦେଇଥିଲା  । ସାତୋଟି ଜାଗାରେ ଭୁଲ ପାର୍କିଂ ପାଇଁ ଏକ ହଜାର ଟଙ୍କା ଓ ଛଅଟି ଜାଗାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ୫୦୦ ଟଙ୍କା ଜୋରିମାନା ଲଗାଇଥିଲା ପୋଲିସ  ।

ସେପଟେ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି ମହାଦେବପୁର ବିଧାୟକ ଅରବିନ୍ଦ ଲିମ୍ବାଭାଲି  । ‘ଆମ ପରିବାରର ସଂସ୍କାର ଏଭଳି ନୁହେଁ  । ଯଦି ମୋ ଝିଅ କାହା ମନରେ ଆଘାତ ଦେଇଛି ଏଥିପାଇଁ ମୁଁ କ୍ଷମା ମାଗୁଛି’ କହିଛନ୍ତି ବିଧାୟକ  ।

Related Articles

Back to top button
WP Twitter Auto Publish Powered By : XYZScripts.com