ଜାତୀୟ

କେରଳରେ ହାଇ ଆର୍ଲଟ ଜାରି, ବିଚଳିତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଦେଶରେ ସମୁଦାୟ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ରହିଛନ୍ତି ୩ ଜଣ। ସେହି କାରଣରୁ କେରଳରେ ହାଇ ଆର୍ଲଟ ଜାରି କରାଯାଇଛି। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ଥର୍ମାଲ୍‌ ସ୍କାନ୍‌ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ବନ୍ଦରରେ ଏହି ଥର୍ମାଲ୍‌ ସ୍କାନ୍‌ କରିବା ପାଇଁ ସେଠାରେ ଏକ ସ୍ବତନ୍ତ୍ର ହେଲ୍‌ଥ୍ ଡେସ୍କ ଗଠନ କରାଯାଇଛି। ଯେଉଁମାନଙ୍କ ଶରୀରରେ ଜ୍ବର କିମ୍ବା ମଙ୍କିପସ୍କର ଅନ୍ୟ ଲକ୍ଷଣ ଦେଖାଯିବ ସେମାନଙ୍କୁ ତୁରନ୍ତ ପୃଥକବାସରେ ରଖାଯିବ। ମନ୍ତ୍ରୀ ତାଙ୍କ ରାଜ୍ୟର ଲୋକମାନଙ୍କୁ ସଚେନତ ହେବାକୁ ପରାମର୍ଶ ଦେବା ସହ ମଙ୍କିପକ୍ସ ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ସକ୍ରିୟ ରହିଛନ୍ତି ବୋଲି ସେ କହିଛନ୍ତି। ୧୪ଟି ଜିଲ୍ଳାରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କୁ ବିଶେଷ ବିଚଳିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ ।

Related Articles

Back to top button
WP Twitter Auto Publish Powered By : XYZScripts.com