ଅନ୍ତର୍ଜାତୀୟଜାତୀୟ

ବଢିବାରେ ଲାଗିଛି ଭାରତର ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟତା । ମୋଦୀଙ୍କୁ ଅଟୋଗ୍ରାଫ୍ ମାଗିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ।

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଶ୍ୱରେ ଶକ୍ତି ପ୍ରଦର୍ଶନ କରିବାରେ ଆମେରିକା ସବୁବେଳେ ଆଗରେ । ନିଜକୁ ସେ ସବୁଠାରୁ ଶକ୍ତିଶାଳୀ ବୋଲି ମନେକରେ । ତେବେ ସେ ଯେତେ ଶକ୍ତିଶ।ଳୀ ହେଲେ ମଧ୍ୟ ଭାରତ ଆଗରେ ସର୍ବଦା ନମ୍ର ଆଚରଣ ଦେଖାଇଥାଏ । କାରଣ ଭାରତର ଶକ୍ତି ସମ୍ପର୍କରେ ଆମେରିକା ଠିକ୍ ଜାଣିଛି । ତେଣୁ ସାଧାରଣତଃ ଆମେରରିକା ବନ୍ଧୁତ୍ୱ ଭାବ ପ୍ରଦର୍ଶନ କରି ଆସୁଛି । ଭାରତର ପ୍ରଧାନ ମନ୍ତ୍ରୀ ଭାର ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀ ବହୁବାର ଆମେରିକା ଗସ୍ତ କରିଥିବା ବେଳେ , ଆମେରିକାର ରାଷ୍ଟ୍ରପତି ମଧ୍ୟ ଭାରତ ଆସିଛନ୍ତି । ଯାହାକି ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କକୁ ବହୁ ନିବିଡ଼ କରିଛି । ଯାହାର ନିଚ୍ଛକ ଉଦାହରଣ ଚଳିତ କ୍ୱାଡ଼-ଶିଖର ବୈଠକରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବିଶ୍ୱର ବିଭିନ୍ନ ଦେଶରେ ଏତେ ମାତ୍ରାରେ ବଢି ଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଟୋଗ୍ରାଫ୍ ମାଗିଛନ୍ତି ।

ସୂଚନା ଅନୁଯାୟୀ ହିରୋସୀମାଠାରେ ଅନୁଷ୍ଠିତ କ୍ୱାଡ଼-ଶିଖର ବୈଠକରେ ଯୋଗ ଦେବାକୁ ଜାପାନ ଗସ୍ତରେ ଅଛନ୍ତି ନରେନ୍ଦ୍ର ମୋଦି । ଆଜି ଦ୍ୱିତୀୟ ଦିନ ବୈଠକରେ ମୋଦୀଙ୍କୁ ଅଟୋଗ୍ରାଫ୍ ମାଗିଛନ୍ତି ବାଇଡ଼େନ୍ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଁ ଅନେକ ବରିଷ୍ଠ ନାଗରିକଙ୍କ ଅନୁରୋଧ ପାଇଛି । ସେପଟେ ସମାନ କଥା କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋ ଅଲବନୀସ । ସେ କହିଛନ୍ତି ସିଡ଼ନୀରେ ସ୍ୱରୟାଗତ ପାଇଁ ୨୦ ୦୦୦ ଲୋକ ଏକତ୍ରୀତ ହୋଇପାରିବେ କିନ୍ତୁ ମୁଁ ସେମାନଙ୍କ ଅନୁରୋଧ ରକ୍ଷା କରିବାକୁ ସମକ୍ଷମ ନୁହେଁ ।

ଭାରତ-ପ୍ରଶାନ୍ତ ମହାସାଗରକୁ ବିଶ୍ୱ ବାଣିଜ୍ୟ , ନବ ସୃଜନ ଏବଂ ବିକାଶର “ଇଞ୍ଜିନ” ବୋଲି କହିଛନ୍ତି ଏବଂ ସମଗ୍ର ବିଶ୍ୱ ପାଇଁ ଏହାର ସଫଳତା ଏବଂ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚାଇଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ ଅଷ୍ଟେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେଓ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com