ଜାତୀୟ

ଚାଲିଗଲା ମଧ୍ୟପ୍ରଦେଶର ‘ସୁପର ମମ୍‌’

ନୂଆଦିଲ୍ଲୀ() ଚାଲିଗଲା ମଧ୍ୟପ୍ରଦେଶର ‘ସୁପର ମମ୍‌’। ଆଖିବୁଜିଲା ‘ପେଞ୍ଚର ରାଣୀ’। ଜଙ୍ଗଲରୁ ବିଦାୟ ନେଲା ‘କଲାରବାଲୀ’। ୨୯ଟି ଶାବକ ଜନ୍ମ କରି ରେକର୍ଡ ସୃଷ୍ଟି କରିଥିବା ବୁଢ଼ି ବାଘୁଣୀର ମୃତ୍ୟୁ ହୋଇଛି। ଶନିବାର ଦିନ ମଧ୍ୟପ୍ରଦେଶର ‘ପେଞ୍ଚ୍‌ ଟାଇଗର୍‌ ରିଜର୍ଭ’ରେ ମୃତ୍ୟୁବରଣ କରିଛି। ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷରୁ ଅଧିକ ବୟସ ହୋଇଥିଲା।

ବନ ବିଭାଗ ଅଧିକାରୀମାନେ ଉକ୍ତ କିମ୍ବଦନ୍ତୀ ବାଘୁଣୀର ନାଁ ‘T15’ ଦେଇଥିଲେ। ହେଲେ ସ୍ଥାନୀୟ ଅଧିବାସୀମାନେ ଶ୍ରଦ୍ଧାରେ ତାକୁ ‘କଲାର୍‌ବାଲୀ’ ଓ ‘ମାତାରାମ୍‌’ କହୁଥିଲେ। ପେଞ୍ଚ ଟାଇଗର ରିଜର୍ଭକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆଘର୍ଷଣ ଥିବା ଏହି ସୁପର ମମ୍‌। କଲାର୍‌ବାଲୀକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ମଧ୍ୟ ବହୁ ଦୂରଦୂରାନ୍ତରୁ ଧାଇଁ ଆସୁଥିଲେ।

ବନବିଭାଗ ମୁତାବକ, ଏହି ବାଘୁଣୀ ଜଙ୍ଗଲର ସନ୍ତୁଳନ ବଜାୟ ରଖିବା ପାଇଁ ବିଶେଷ ଯୋଗଦାନ ଦେଇଛି। ପେଞ୍ଚରେ ବାଘ ବଂଶ ବଢ଼ାଇବାରେ କଲାରବେଲୀ ବିଶେଷ ଯୋଗଦାନ ଥିବା କୁହାଯାଉଛି। ସେ ହିଁ ବାଘ ବଂଶକୁ ଆଗକୁ ନେଇଛି। ମେ’ ୨୦୦୮ରେ ଏହି ପେଞ୍ଚର ରାଣୀ ତିନୋଟି ବାଘ ଛୁଆକୁ ଜନ୍ମ ଦେଇଥିଲା। ଏହାପରେ ଭିନ୍ନ ଭିନ୍ନ ବର୍ଷରେ ବାଘୁଣୀ ପ୍ରାୟ ୨୯ଟି ବାଘ ଛୁଆ ଜନ୍ମ ଦେଇଥିଲା। ଯେଉଁଥିରୁ ଏବେ କେବଳ ୨୪ଟି ଜୀବିତ ଅଛନ୍ତି। ଏକାଥରକେ ୫ଟି ଶବାକକୁ ଜନ୍ମ ଦେବା ରେକର୍ଡ ମଧ୍ୟ ଏହି ସିପର ମମ୍‌ ବାଘ ନାଁରେ ରହିଛି।

ଏବେ ଏହି ବାଘୁଣୀର ମୃତ୍ୟୁ ପାଇଁ ଶୋକବ୍ୟକ୍ତ କରି ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ରା ଟୁଇଟ୍‌ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି ‘ସୁପର୍‌ ମମ୍‌’କୁ ଶେଷ ବିଦାୟ। ୨୯ଟି ଶାବକଙ୍କୁ ଜନ୍ମ ଦେଇଥିବା ପେଞ୍ଚ୍‌ ଟାଇଗର୍‌ ରିଜର୍ଭର ‘କଲାର୍‌ବାଲୀ ବାଘୁଣୀ’ର ମୃତ୍ୟୁ ଖବର ଦୁଃଖଦାୟକ। ଏହି ‘ସୁପର୍‌ ମମ୍‌’ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟପ୍ରଦେଶକୁ ‘ବ୍ୟାଘ୍ର ରାଜ୍ୟ’ ବୋଲି ଗୌରବଶାଳୀ ପରିଚୟ ମିଳିଛି।

‘ଏପିସିସିଏଫ୍‌’ ଏବଂ ପେଞ୍ଚର ପୂର୍ବତନ କ୍ଷେତ୍ର ନିର୍ଦେଶକ ଶୁଭ୍ରଞ୍ଜନ ସେନ କହିଛନ୍ତି, ବଣରେ ୧୭ ବର୍ଷ ବଞ୍ଚିବା ଗୋଟାଏ ବାଘ ପାଇଁ ବହୁତ ବଡ଼ କଥା। ପୂର୍ବରୁ କାହ୍ନାରେ ‘ଲିଙ୍କ୍‌-୭’ ଏବଂ ‘ଚୁହୁରି’ ଦୀର୍ଘ ବର୍ଷ ବଞ୍ଚିଥିଲେ। ‘କଲାର୍‌ବାଲୀ’ର ମୃତ୍ୟୁ ଖବର ଶନିବାର ଅପରାହ୍ଣରେ ସାମ୍ନାକୁ ଆସିଥିଲା ପରେ ବନ ବିଭାଗ ତାହା ସୁନିଶ୍ଚିତ କରିଥିଲା। ଦୁଇ ଦିନ ଚିକିତ୍ସାଧୀନ ରହିବା ପରେ ଶନିବାର ସନ୍ଧ୍ୟାରେ ତା’ର ମୃତ୍ୟୁ ଘଟିଥିବା କଥା ‘ପିସିସିଏଫ୍‌’ କହିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com