Breaking NewsFeaturedଅନ୍ତର୍ଜାତୀୟଜାତୀୟଜୀବନଶୈଳୀସ୍ୱାସ୍ଥ୍ୟ

୮ ଶହ କୋଟି ଲୋକଙ୍କ ଭବିଷ୍ୟତ ପାଇଁ ପରିକଳ୍ପନା…

ବିଶ୍ଵ ଜନସଂଖ୍ୟା ଦିବସ ୨୦୨୩

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳିତ ହୋଇଥାଏ । ସାରା ଦୁନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ଜାଗୃତ ଓ ସଚେତନ କରିବା ପାଇଁ ଜାତିସଂଘର ଅନୁମୋଦନ କ୍ରମେ ଏହି ଦିନର ପାଳନ କରାଯାଏ। ଏହି ଦିନ ପରିବାର ନିୟୋଜନ, ମାନବଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଏ। ବିଶ୍ୱ ଜନସଂଖ୍ୟା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଯେଉଁଥିରେ ଜନସଂଖ୍ୟା ବୃଦ୍ଧି ହେବା କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ଓ ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଯାଏ। ଏହି କ୍ରମରେ ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଏକ ଏପରି ବିଶ୍ୱର କଳ୍ପନା କର, ଯେଉଁଠାରେ ଆମର ସମସ୍ତ ୮୦୦ କୋଟି ଲୋକଙ୍କ ଭବିଷ୍ୟତ ଆଶା ଏବଂ ସମ୍ଭାବନାରେ ଭରପୂର ଥିବ।’

ମିଳିତ ଜାତିସଂଘ ଦ୍ୱାରା ୧୯୮୯ ରେ ଏହି ଦିନ ସ୍ଥାପିତ ହୋଇଥିଲା । ଡକ୍ଟର କେ.ସି ଜାକରିଆ ଏହି ଦିନର ପ୍ରସ୍ତାବ ଦେଇଥିଲେ। ୧୧ ଜୁଲାଇ ୧୯୮୭ରେ ଜନସଂଖ୍ୟା ଯେତେବେଳେ ୫୦୦ କୋଟିରେ ପହଞ୍ଚିଲା, ଏହି ଦିବସକୁ ନେଇ ଉତ୍ସାହ ଦେଖାଦେଇଥିଲା। ସେବେଠାରୁ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ । ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର, ମାତୃ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ଜନସଂଖ୍ୟା ଦିବସର ପ୍ରଧାନ ଲକ୍ଷ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com