ଜାତୀୟ

ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ

ବେଙ୍ଗାଲୁରୁ ; ୫/୯ ଗତରାତିରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅତି ପ୍ରବଳ  ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହିପରିିକି କେତେକ ଅଞ୍ଚଳରେ ଥିବା ଘରମାନଙ୍କରେ ବନ୍ୟା ପାଣି ପସିଯାଇଛି । ସରକାରୀ କର୍ତ୍ତୃପକ୍ଷମାନେ ଜନସାଧାରଣଙ୍କ ଗମନାଗମନ ପାଇଁ କେତେକ ଅଞ୍ଚଳକୁ ଡଙ୍ଗା ପଠାଇଥିବା ନଜର ମଧ୍ୟ ଆସିଛି । ବିଶେଷ କରି ବେଲ୍ଲାଣ୍ଡୁର୍‌, ସାରଜାପୁରା, ହ୍ୱାଇଟ୍‌ଫିଲ୍‌ଡ , ଆଉଟର୍‌ ରିଙ୍ଗ୍‌ ରୋଡ୍‌ ଏବଂ ବିଇଏମ୍‌ଏଲ୍‌ ଲେଆଉଟ୍‌ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ମରାଠାହାଲ୍ଲୀର ସ୍ପାଇସ୍‌ ଗାର୍ଡେନ୍‌ ଅଞ୍ଚଳରେ ଦୁଇଚକିଆ ଯାନ ଭାସୁଥିବା ବେଳେ କେତେକ ସ୍ଥାନରେ ପାଣି ଜମି ରାସ୍ତା ଅବରୋଧ ହୋଇଯାଇଛି । ସେହିପରି ଆଉଟର୍‌ ରିଙ୍ଗ୍‌ ରୋଡ୍‌ଠାରେ ଟ୍ରାଫିକ୍‌ ସମସ୍ୟା ଯୋଗୁଁ ବେଙ୍ଗାଲୁରୁ ଉପକଣ୍ଠରେ ଅବସ୍ଥିତ ଟେକ୍‌  ପାର୍କସ୍‌କୁ ଯାତାୟାତ କରିବାରେ ଅସୁବିଧା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com