ଜାତୀୟ

୧୦ ଟଙ୍କିଆ କଏନରେ କିଣିଲେ ୬ଲକ୍ଷ ଟଙ୍କାର କାର୍: ବ୍ୟାଙ୍କ ନେଉନଥିଲା ଖୁଚୁରା ଟଙ୍କା

କାର କିଣିବା ପାଇଁ ଆପଣ ନୋଟ କିମ୍ବା ଅନଲାଇନରେ ଟଙ୍କା ଦେଇଥାନ୍ତି । ହେଲେ କେବେ କଏନରେ କାର କିଣିବା ଘଟଣା ଶୁଣିନଥିବେ । ଆଜି ଆମେ ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ କାର କିଣିବାକୁ ୬ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଧରି କାର ଶୋରୁମରେ ପହଞ୍ଚିଥିଲେ । ଏହି ଘଟଣା ତାମିଲନାଡୁର ଧର୍ମପୁରୀ ଅଞ୍ଚଳରେ ଘଟିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ବେତ୍ରିବେଲ । ସେ ଏଭଳି କରି ଲୋକମାନଙ୍କୁ ଏକ ମେସେଜ ଦେବାକୁ ଚାହୁଁଛନ୍ତି ।

ତାଙ୍କ ପଡୋସୀରେ ମଧ୍ୟ ଛୋଟ ଛୋଟ ପିଲା ୧୦ ଟଙ୍କିଆ କଏନରେ ଖେଳୁଛନ୍ତି । ତାଙ୍କୁ ଯେତେବେଳେ ପଚରା ଯାଏ ସେମାନେ କହନ୍ତି ତାଙ୍କ ବାପା ମା ତାଙ୍କୁ ଏହି କଏନ ଖେଳିବାକୁ ଦିଅନ୍ତି । କାରଣ ଏହା ଚଳିନଥାଏ । ଏଥିରେ ଅତିଷ୍ଠ ହୋଇ ବେତ୍ରିବେଲ ସବୁ କଏନ ନେଇ କାର ସୋ ରୁମ ଯାଇଥିଲେ । ପ୍ରଥମେ ସୋରୁମରେ ଏହାକୁ ରଖୁନଥିଲେ । ହେଲେ ପରେ ସେମାନେ ରାଜି ହୋଇଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com