ଜାତୀୟ

ଘର ଭିତରୁ ମିଳିଲା ୫ ମୃତଦେହ

ନୂଆଦିଲ୍ଲୀ() ଘର ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହେଲା ୫ ମୃତଦେହ। ଉତ୍ତର ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା। ଗୋଟିଏ ଘରୁ ଜଣେ ମହିଳାଙ୍କ ସମେତ ୪ଜଣ ଛୁଆର ମୃତଦେହ ଉଦ୍ଧାର ହୋଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଷାକ୍ତ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ପୁଲିସ ସୂଚନା ମୁତାବକ, ବୁଧାବର ମଧ୍ୟାହ୍ଣରେ ପିସିଆର୍‌କୁ ଫୋନ୍‌ କଲ୍‌ ଆସିଥିଲା। ସେଥିରୁ ଜଣାପଡିଥିଲା ଯେ, ୪ରୁ ୫ ଜଣ ବ୍ୟକ୍ତି ଏକ ଘରେ ଭିତରେ ଚେତାଶୂନ୍ୟ ଅବସ୍ଥାରେ ପଡିଛନ୍ତି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘର ନମ୍ବର ଜେ-୫୭ର ପଞ୍ଚମ ମହଲାରେ ଥିବା ଏକ ଫ୍ଳାଟର କବାଟ ଖୋଲିବା ପରେ ୪ ପିଲାଙ୍କ ସମେତ ଜଣେ ମହିଳା ସେଠାରେ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏଥିସହ ଘର ଭିତରୁ ଧୂଆଁ ଗନ୍ଧ ମଧ୍ୟ ବାହାରୁଥିଲା।  ଘଟଣାସ୍ଥଳରେ ଏକ ନିଆଁ ଲଗା ଯନ୍ତ୍ର ମଧ୍ୟ ଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com