ଜାତୀୟଭାଇରାଲ୍ ଭିଡିଓ

ମହିଳାଙ୍କୁ ମାରି ୩ ବର୍ଷ ଜେଲ ଗଲା ମେଣ୍ଢା, ଜୋରିମାନାରେ ୫ଟି ଗାଇ ଦେଲେ ମାଲିକ

ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ଶିଙ୍ଗରେ ଭୁଷି ହତ୍ୟା କରିବା ଅଭିଯୋଗରେ ମେଣ୍ଢାକୁ ଜେଲ୍ ହୋଇଛି। ମେଣ୍ଢାକୁ ତିନି ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଭଳି ଏକ ଆଶ୍ଚର‌୍ୟ୍ୟ ଜନକ ଘଟଣା ଘଟିଛି ଦକ୍ଷିଣ ସୁଡାନରେ। ଅଭିଯୁକ୍ତ ମେଣ୍ଢା ନିଜ ଶିଙ୍ଗରେ ପ୍ରଥମେ ମହିଳାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ଏହାପରେ ମହିଳା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇପଡିଥିଲେ। ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକରୀ ମେଣ୍ଢାକୁ ଗିରଫ କରି ବର୍ତ୍ତମାନ ମାଲେଙ୍ଗ ଅଗୋକ ପାୟମର ଏକ ପୁଲିସ ଷ୍ଟେସନରେ ରଖାଯାଇଛି। ସେପଟେ ମହିଳାଙ୍କ ହତ୍ୟା ଅଭିଯୋଗରେ ମେଣ୍ଢାର ମାଲିକକୁ ମଧ୍ୟ ଦଣ୍ଡ ମିଳିଛି। ଜୋରିମାନା ବାବଦକୁ ସେ ପୀଡିତା ପରିବାରଙ୍କୁ ୫ଟି ଗାଈ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ତିନି ବର୍ଷ ପରେ ଯେତେବେଳେ ମେଣ୍ଢାଟି ଜେଲରୁ ମୁକ୍ତି ହେବେ ସେତେବେଳେ ମଧ୍ୟ ସେ ତା’ମାଲିକ ପାଖକୁ ଯାଇପାରିବ ନାହିଁ। ଜୋରିମାନା ବାବଦକୁ ଏହି ମେଣ୍ଢାକୁ ପୀଡିତା ପରିବାରକୁ ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com