ଜାତୀୟରାଜନୀତି

ଉଦ୍ଧବ ଠାକେରଙ୍କୁ ଲାଗିପାରେ ଝଟକା, ବାଚସ୍ପତିଙ୍କୁ ଭେଟି ଏହି ଦାବି କଲେ ୧୨ ଶିବସେନା ସାଂସଦ

ନୂଆଦିଲ୍ଲୀ: ଉଦ୍ଧବ ଠାକେର ନେତୃତ୍ୱକୁ ଆଉ ବଡ଼ ଝଟକା ଲାଗିପାରେ । ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମ୍ପର୍କରେ ଅଛନ୍ତି । ଅନୁମାନ କରାଯାଉଛି ଯେ ସେମାନେ ଖୁବଶୀଘ୍ର ଦିଲ୍ଲୀରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏକନାଥ ସିନ୍ଦେଙ୍କ ସହ ଯିବା ନେଇ ଘୋଷଣା କରିପାରନ୍ତି ।

ଏହାରି ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ସହ ଶିବସେନାର ୧୨ ସାଂସଦ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କୁ ଭେଟିଛନ୍ତି ଲୋକସଭାରେ ଦଳର ନେତା ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ସାଂସଦ ବିନାୟକ ରାଉତଙ୍କ ସ୍ଥାନରେ ରାହୁଲ ଶେବାଲିଙ୍କୁ ଲୋକସଭାରେ ନିଜ ଦଳର ନେତା ନିଯୁକ୍ତ କରିବାକୁ ଅପିଲ କରିଛନ୍ତି । ସୂତ୍ର ଅନୁସାରେ ସମସ୍ତ ୧୨ ବିଦ୍ରୋହୀ ସାଂସଦ ସିନ୍ଦେଙ୍କ ସହ ଆଲୋଚନା କରୁଛନ୍ତି ଏବଂ ମୁମ୍ୱାଇ ଫେରିବା ପୂର୍ବରୁ ଦିଲ୍ଲୀରେ ଏକ ସାମ୍ୱାଦିକ ସମ୍ମିଳନୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂତ୍ର ଅନୁସାରେ, ୧୨ ବିଦ୍ରୋହୀ ସାଂସଦଙ୍କ ମଧ୍ୟରେ ଧୈର୍ଯଶୀଳ ସମ୍ଭାଜୀରାଓ ମାନେ, ସଦାଶିବ ଲୋଖଣ୍ଡେ, ହେମନ୍ତ ଗୋଡସେ, ହେମନ୍ତ ପାଟିଲ, ରାଜେନ୍ଦ୍ର ଗାବିକ, ସଞ୍ଜୟ ମାଣ୍ଡଲିକ, ଶ୍ରୀକାନ୍ତ ସିନ୍ଦେସ ଶ୍ରୀରଙ୍ଗ ୱାର୍ନେ, ରାହୁଲ ଶେବାଲେ, ପ୍ରତାପରାଓ ଗଣପତରାଓ ଯାଧବ, କୃପାଳ ତୁମାନେ, ଭାବନା ଗବଲୀଙ୍କ ନାଁ ସାମିଲ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com