ଜାତୀୟ

ଆଇପିଏଲରେ ୨୦୦ କୋଟିରେ ବିକ୍ରି ହୋଇଥାନ୍ତେ ସାହିନ ଆଫ୍ରିଦି, ପାକିସ୍ତାନୀ ପ୍ରଶଂସକଙ୍କ ଟ୍ୱିଟରେ ଏମିତି କମେଣ୍ଟ୍ କଲେ ଭାରତୀୟ ଫ୍ୟାନ୍ !

ନୂଆଦିଲ୍ଲୀ() ଆଇପିଏଲ ପାଇଁ ସରିଛି ନିଲାମୀ । ଦେଶବିଦେଶର ବହୁ ଖେଳାଳି କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଅନେକ ଖେଳାଳି ପୂର୍ବବର୍ଷ ଅପେକ୍ଷା ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । କିନ୍ତୁ ଆଇପିଏଲ ଖେଳିବାକୁ ପାକିସ୍ତାନୀ ଖେଳାଳିଙ୍କୁ ମନା । ଆଇପିଏଲରେ ଭାଗ ନେଉନାହାଁନ୍ତି ପାକ୍ ଖେଳାଳି । ତେବେ ଯଦି ପାକିସ୍ତାନ ଖେଳାଳି ଆଇପିଏଳ ଖେଳୁଥାନ୍ତେ ତେବେ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତେ ବୋଲି ପାକ୍ ପ୍ରଶଂସକମାନେ ଦାବି କରିଛନ୍ତି । ଯାହାକୁ ସୋସିଆଲ ମିଡିଆରେ କଡା ଜବାବ ଦିଆଯାଇଛି ।

ନିଲାମୀ ପରେ କିଛି ପାକିସ୍ତାନୀ ପାକ୍ ଖେଳାଳିଙ୍କୁ ପ୍ରଶଂସା କରି ଆଇପିଏଲକୁ ଟ୍ରୋଲ କରିଥିଲେ । ସାହିନ ଆଫ୍ରିଦି ଆଇପିଏଲ ନିଲାମୀରେ ସାମିଲ ହୋଇଥିଲେ ୨୦୦ କୋଟିରେ ବିକ୍ରି ହୋଇଥାନ୍ତେ ବୋଲି ମତ ଦେଇଥିଲେ । ଯାହାର ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ୟୁଜର ।

ଭାରତୀୟ ୟୁଜର କହିଛନ୍ତି ଯେ, ଯଦି ଆଫ୍ରିଦିଙ୍କ ଦାମ ଏତେ ତେବେ ପାକିସ୍ତାନ ତାଙ୍କୁ ବିଶ୍ୱବ୍ୟାଙ୍କକୁ ଦେଇ ଦେଉ  । ଏପରି କରିବା ଦ୍ୱାରା ପାକିସ୍ତାନ ୨୦୦ କୋଟି ଋଣ ସୁଝିପାରିବ । ଜଣେ ନୁହେଁ ଏକାଧିକ ସୋସିଆଲ ମିଡିଆ ୟୁଜର ଏପରି ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନାଯୋଗ୍ୟ, ଋଣ ଭାରରେ ବୁଡି ରହିଛି ପାକିସ୍ତାନ । ଦଳ ପାଖରେ କରଜ ସୁଝିବାକୁ ମଧ୍ୟ ଟଙ୍କା ନାହିଁ । ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ଆକାଶଛୁଆଁ ଥିବା ବେଳେ ଅର୍ଥନୀତି ଭୁଶୁଡି ପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com