ଜାତୀୟ

ଏଲୋପାଥି ଉପରେ ବାବା ରାମଦେବଙ୍କ ବୟାନ ଉପରେ ହାଇକୋର୍ଟଙ୍କ କଡା ଟିପ୍ପଣୀ

ଏଲୋପାଥି ଏବଂ କୋଭିଡ୍-୧୯ ଚିକିତ୍ସା ଉପରେ ଯୋଗ ଗୁରୁ ବାବା ରାମଦେବଙ୍କ ବୟାନକୁ ନେଇ ଦିଲ୍ଲୀ  ହାଇକୋର୍ଟ କଡା ଟିପ୍ପଣୀ କରିଛନ୍ତି। ହାଇକୋର୍ଟ ବାବା ରାମଦେବଙ୍କୁ ତାଗିଦ୍ କରି କହିଛନ୍ତି ଯେ, ଜନତାଙ୍କୁ ଆଉ ଭ୍ରମିତ କରନ୍ତୁ ନାହିଁ। ଆପଣଙ୍କ ଅନୁଗାମୀ ଏବଂ ଶିଷ୍ୟ ଯେଉଁମାନେ ଆପଣଙ୍କୁ ବିଶ୍ଵାସ କରନ୍ତି, ତାକୁ ଆମେ ସ୍ଵାଗତ କରୁଛୁ। ମାତ୍ର କୌଣସି ଅଧିକାରିକ ବୟାନଠୁ ଅଧିକ କହି କାହାକୁ ଭ୍ରମିତ କରନ୍ତୁ ନାହିଁ ବୋଲି ହାଇକୋର୍ଟ କଡା ଶବ୍ଦରେ କହିଛନ୍ତି। ଯୋଗ ଗୁରୁ ବାବା ରାମଦେବଙ୍କ ଉପରେ କୋଭିଡ୍-୧୯ ଚିକିତ୍ସା ବିଷୟରେ ଭୁଲ୍ ସୂଚନା ପ୍ରଚାର କରିବାର ଅଭିଯୋଗ ହୋଇଛି।

ସ୍ଵାମୀ ରାମଦେବ କୋଭିଡ୍-୧୯ ମାମଲାରେ ଚିକିତ୍ସାକୁ ନେଇ ଡାକ୍ତରଙ୍କ ସମାଲୋଚନା କରିଥିଲେ। ୨୦୨୧ରେ ଭାଇରାଲ ହୋଇଥିବା ଏକ ଭିଡିଓରେ କରୋନା ଭାଇରସ୍ ସଂପର୍କିତ ଚିକିତ୍ସାରେ ବ୍ୟବହୃତ କିଛି ଔଷଧ ଉପରେ ପ୍ରଶ୍ନ ଉଠାଇଥିଲେ ବାବା ରାମଦେବ। ସେ କହିଥିଲେ, କୋଭିଡ୍-୧୯ ପାଇଁ ଏଲୋପାଥି ଔଷଧ ନେଇ ଲକ୍ଷାଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ତାଙ୍କର ଏହି ଟିପ୍ପଣୀକୁ ନେଇ ଡାକ୍ତର ସଂଘ ତୀବ୍ର ବିରୋଧ କରିଥିଲେ। ସେହି ସମୟରେ ଦିଲ୍ଲୀ ମେଡିକାଲ ଆସୋସିଏସନ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ।

ଦିଲ୍ଲୀ ମେଡିକାଲ ଆସୋସିଏସନର ଯାଚିକା ଉପରେ ଆଜି ଶୁଣାଣି କରି ବିଚାରପତି ଭବାନୀ କହିଛନ୍ତି, ମୋର ଚିନ୍ତା ଆୟୁର୍ବେଦର ଭଲ ନାମ ଏବଂ ପ୍ରତିଷ୍ଠାକୁ ବଞ୍ଚାଇବାର ନେଇ ରହିଛି। କିନ୍ତୁ ମୋର ଉଦ୍ଦେଶ୍ୟ ଏଲୋପାଥି ବିରୋଧରେ କାହାରିକୁ ବି ଭ୍ରମିତ କରାନଯିବା ଉଚିତ୍। କୋର୍ଟ କହିଛନ୍ତି, ମୁଁ ଭ୍ୟାକ୍ସିନ ନେବି ନାହିଁ ତାହା ଭିନ୍ନ କଥା, ଭ୍ୟାକ୍ସିନ ବିରୋଧରେ କହିବା ଆଦୌ ଠିକ୍ ନୁହେଁ।

Related Articles

Back to top button
WP Twitter Auto Publish Powered By : XYZScripts.com