ଅନ୍ତର୍ଜାତୀୟଓଡ଼ିଶାଜାତୀୟସ୍ୱାସ୍ଥ୍ୟ

ଶିଶୁ ସୁରକ୍ଷା ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଛତ୍ରପୁର, ୨୪/୦୮/୨୦୨୨-    ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷଠାରେ ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ମାନଙ୍କ ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଜ ସନ୍ତାନ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ସକାଶେ ପିତା ମାତାଙ୍କ ମଧ୍ୟରେ ସୁସମ୍ପର୍କ ଅପରିହାର୍ଯ୍ୟ । ସନ୍ତାନ ମାନଙ୍କ ଭବିଷ୍ୟତ ଉଜ୍ଜଳମୟ ନିମନ୍ତେ ସମାଜରେ ଉତ୍ତମ ବାତାବରଣର ଆବଶ୍ୟକତା ରହିଛି । ଏଥି ସକାଶେ ପିତାମାତାଙ୍କ ମାନସିକତାର ପରିବର୍ତ୍ତନ ନିହାତି ଆବଶ୍ୟକ ।  ନିଜ ପିଲା ମାନଙ୍କର ମାନସିକ ସମସ୍ୟାର ସୁଧାର ଆଣିବା ଦିଗରେ ନିଜ ସନ୍ତାନ ମାନଙ୍କୁ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ଆୟୋଜିତ କର୍ମଶାଳାରେ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ପିକକ୍ , ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ବି.ଏଚ୍.ଏ.ଆଇ. ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାଟିରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶୁଭଶ୍ରୀ ପାତ୍ର , ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ୟୁନିସେଫ୍ ର ପ୍ରତିନିଧି ଦେବୀକା ସାହୁ ପ୍ରମୁଖ ଯୋଗ ଦେଇ କର୍ମଶାଳାର ଉଦଘାଟନ କରିଥିଲେ । ପିକକ୍ ସଂସ୍ଥାର ପ୍ରଶିକ୍ଷିକା ଶିତଲ୍ ପଟ୍ଟନାୟକ କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିଶୁ ସୁରକ୍ଷା ତଥା ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡିକର ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ଅଙ୍ଗନଓ୍ବାଡି କର୍ମୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com