Breaking NewsFeaturedଜାତୀୟବାଣିଜ୍ୟ

ସଂସାର ଉଜାଡ଼ି ଦେଲା ଟମାଟୋ, ସ୍ୱାମୀକୁ ଛାଡ଼ି ଚାଲିଗଲା ସ୍ତ୍ରୀ…

ଟମାଟୋ ପାଇଁ ଭାଙ୍ଗି ଗଲା ସାତ ଜନ୍ମର ସମ୍ପର୍କ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଟମାଟୋ ପାଇଁ ଭାଙ୍ଗି ଗଲା ସାତ ଜନ୍ମର ସମ୍ପର୍କ । ଟମାଟୋ ପାଇଁ ସ୍ୱାମୀକୁ ଛାଡ଼ି ଚାଲିଗଲା ସ୍ତ୍ରୀ । ଟମାଟୋର ଦର ବୃଦ୍ଧି ସାଧାରଣ ଜନତାଙ୍କ ପକେଟ୍ ଖାଲି କରୁଥିବା ବେଳେ ଏବେ ପରିବାର ଭାଙ୍ଗିବାକୁ ବସିଲାଣି । ଟମାଟୋକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ପରେ ଛୁଆକୁ ନେଇ ଘର ଛାଡ଼ି ଚାଲିଗଲା ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ସହଡ଼ୋଲରେ ।

ଟମାଟୋକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏପରି ହେଲା ଯେ ସ୍ତ୍ରୀ ନ୍ଖକ୍ସ ଝିଅକୁ ନେଇ ଭଉଣୀ ଘରକୁ ଚାଲିଗଲା । ପରେ ସ୍ୱାମୀ ପୋଲିସ୍ ନିକଟରେ ଅଭିଯୋଗ କରିବାରୁ ପୁଲିସ୍ ଉଭୟଙ୍କ ମଧ୍ୟରେ ବୁଝାମଣା କରାଇଥିଲା । ଘଟଣା ଅନୁସାରେ ଟିଫିନ୍ ସେଣ୍ଟର ଚଲାଉଥିବା ସଞ୍ଜୀବ ବର୍ମନ ଖାଦ୍ୟ ବନାଉଥିବା ସମୟରେ ତରକାରୀରେ ଟମାଟୋ ପକାଇଥିଲେ । ଏହି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ଏତେମାତ୍ରାରେ ରାଗିଯାଇଥିଲେ ଯେ ଝିଅକୁ ନେଇ ଘର ଛାଡ଼ି ପଳାଇଥିଲେ । ସଞ୍ଜୀବ ତାଙ୍କ ସ୍ତ୍ରୀଙ୍କୁ ଖୁବ୍ ବୁଝାଇଥିଲେ , ଏଥି ସହିତ ଆଉ କେବେ ଟମାଟୋ ଖାଇବେ ନାହିଁ ବୋଲି ରାଣ ବି ଖାଇଲେ । ହେଲେ ବି ତାଙ୍କ ସ୍ତ୍ରୀ ମାନି ନଥିଲେ । ଏହାପରେ ସଞ୍ଜୀବ ପୁଲିସ୍ ଷ୍ଟେସନରେ ନିଜ ପତ୍ନି ମିଳୁନଥିବା ଅଭିଯୋଗ କରିଥିଲେ । ସଞ୍ଜୀବଙ୍କ ପତ୍ନୀ ଆରତୀଙ୍କୁ ପୁଲିସ୍ କଲ୍‌ କରିବାରୁ ସେ କହିଥିଲେ ମୁଁ ମୋ ଭଉଣୀ ଘରେ ଅଛି । ଏଥି ସହିତ ସେ କହିଛନ୍ତି ଯେ ସଞ୍ଜୀବ ତାଙ୍କୁ ମଦ ନିଶାରେ ମାର୍‌ପିଟ୍ କରନ୍ତି ଯେଉଁଥି ପାଇଁ ସେ ଘର ଛାଡ଼ି ଆସିଛନ୍ତି । କିନ୍ତୁ ଅନ୍ୟପଟେ ସଞ୍ଜୀବ କହୁଛନ୍ତି କି ସ୍ତ୍ରୀର ଘର ଛାଡ଼ି ଯିବାର କାରଣ ହେଉଛି ଟମାଟୋ । ସେ ଯାହା ବି ହେଉ ପୁଲିସ୍ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com