Breaking NewsFeaturedକ୍ରୀଡ଼ା

ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଭାରତ

ଆଜିଠୁ ଭାରତର ବିଶ୍ୱକପ ଅଭିଯାନ । କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଭାରତ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଦିନିକିଆ ର୍ୟାଙ୍କରେ ଏକ ନମ୍ବର ଦଳ ସହ ୩ ନମ୍ବର ଦଳ ମଧ୍ୟରେ ମ୍ୟାଚ ଖେଳାଯିବ । ଉଭୟ ଦଳଙ୍କ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଯେଉଁଠାରେ ଶେଷ ହୋଇଥିଲା ଏବେ ସେହିଠାରୁ ହିଁ ପୁଣି ଥରେ ଆମ୍ନାସାମ୍ନୀ ହୋଇ ଦୁଇ ଦଳ ବିଶ୍ୱକପ ଯାତ୍ରା ଆରମ୍ଭ କରିବେ ।

ସେପଟେ ଡେଙ୍ଗୁରେ ପୀଡିତ ଥିବା ଭାରତୀୟ ଓପନର ବ୍ୟାଟସ୍ ମ୍ୟାନ ଶୁଭମନ ପୁରା ସୁସ୍ଥ ହୋଇନଥିବାରୁ ଘରୋଇ ଦଳକୁ ଚିନ୍ତାରେ ପକାଇଛି । ହେଲେ ଶୁଭମନ ଗିଲଙ୍କ ସ୍ଥାନରେ ଇସାନ କିଶାନଙ୍କୁ ଓପନିଂ କରିବା ନେଇ ସୂଚନା ମିଳିଛି । ୍ଧିନାୟକ ରୋହିତ ଶର୍ମାଙ୍କ ସହ ଇସାନ ଓପନିଂ କରିବେ । ସେହିପରି ଷ୍ଟାର କ୍ରିକେଟର ବିରାଟ କୋହଲି, ଖ୍ନେୟସ ଆୟର, ଲୋକେଶ ରାହୁଲ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜାଙ୍କ ଭଳି ବ୍ୟାଟିଂ ଲାଇନଅପ ଭାରତ ପାଖରେ ଅଛି । ସେପଟେ ଅଷ୍ଟ୍ରେଲିଆ ପାଖରେ ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ, ମିଚେଲ ମାର୍ସ, ଗ୍ଲେନ ମାକ୍ସୁଏଲ, କ୍ୟାମରନ ଗ୍ରୀନ, ମାର୍କ ଷ୍ଟୋଇନିସଙ୍କ ଭଳି ବ୍ୟାଟିଂ ଲାଇନ ଅପ ଅଛି । ତେଣୁ ଏହି ମ୍ୟାଚରେ ବଡ ସ୍କୋର ସହ ରୋମାଂଚକର ଖେଳ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ସେହିପରି ଚେନ୍ନାଇ ଷ୍ଟାଡିୟମ ସ୍ପିନରଙ୍କୁ ସୁହାଉଥିବାରୁ ଭାରତ ଦୁଇଟି ସ୍ପିନର ବଦଳରେ ତିନି ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇବ ବୋଲି କୁହାଯାଉଛି । ଟିମରେ ସାମିଲ ହୋଇଥିବା ରବିଚନ୍ଦ୍ରନ ଅଶ୍ୱୀନୀଙ୍କ ଏହା ହୋକ ଗ୍ରାଉଣ୍ଡ ହୋଇଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇପାରେ । ସେହିପରି ଅଲରାଉଣ୍ଡର ସ୍ପିନର ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ମଧ୍ୟ ଖେଳିବେ । ପେସ ବୋଲର ବାବେ ଯଶପ୍ରିତ ବୁମରା ଏବଂ ମହମ୍ମଦ ସିରାଜ ଟିମରେ ରହିପାରନ୍ତି । ସେହିପରି ଅଷ୍ଟ୍ରେଲିଆର ଆଡମ ଜାମ୍ପାଙ୍କ ସହ ଷ୍ଟିଭ ସ୍ମୀଥ, କ୍ୟାମରେନ ଗ୍ରୀନ, ଗ୍ଲେନ କାକ୍ସୁଏଲାଙ୍କ ଭଳି ସ୍ପିନର ଦଳରେ ଅଛନ୍ତି । ତେଣୁ ଆଜିର ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କଡା ଟକ୍କର ଦେଖିବାକୁ ମିଳିବ ।

ଅପରପକ୍ଷେ ଏହି ବିଶ୍ୱକପ ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଆଉ ତିନୋଟି ଶତକ ମାରିଲେ କିଂବଦନ୍ତି କ୍ରିକେଟର୍ ସଚିନ୍‌ ତେନ୍ଦୁଲକରଙ୍କୁ ଟପିଯିବେ। ଏଥିସହିତ ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ଅନେକ ଖେଳାଳି ସେମାନଙ୍କ ପାଇଁ ସ୍ମୃତି ସାଉଁଟିବାକୁ ଚେଷ୍ଟା କରିବେ। କୋହଲିଙ୍କ ସହିତ, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ବିନ ସମ୍ଭବତଃ ସେମାନଙ୍କ ଶେଷ ବିଶ୍ବକପ୍‌ ଖେଳିବାକୁ ଯାଉଥିବାରୁ ଟ୍ରଫି ଜିତିବା ସବୁଠୁ ବଡ଼ ଲକ୍ଷ୍ୟ ରହିବ।

୨୦୨୦ରୁ ୨୦୨୩ ମଧ୍ୟରେ ଅଷ୍ଟ୍ରେଲିଆ-ଇଣ୍ଡିଆ ମଧ୍ୟରେ ୬ଟି ମ୍ୟାଚ ଖେଳାଯାଇଥିବା ବେଳେ ଉଭୟ ୩ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ କ୍ରିକେଟର ଏହି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱି ଅଷ୍ଟ୍ରେଲିଆ ଏବଂ ଭାରତର ମୟାଚ ଦେଖିବାକୁ ଉକ୍ରଣ୍ଟାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com