କ୍ରୀଡ଼ାଜାତୀୟରାଜନୀତି

ଅର୍ଜୁନ ପୁରସ୍କାର ଫେରାଇଲେ ବିନେଶ ଫୋଗାଟ୍

ମୋବାଇଲ ନ୍ୟୁଜ 24×7ବ୍ୟୁରୋ;  ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାସ୍ୱର୍ଣ୍ଣ ପଦକ ବିଜେତା ବିନେଶ ଫୋଗାଟ୍ ଫେରାଇଲେ ଅର୍ଜୁନ ପୁରସ୍କାର । ବିନେଶ ପିଏମଓକୁ ପୁରସ୍କାର ଫେରାଇବା ପାଇଁ ଯାଉଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ । ଏହାପରେ ସେ ନିଜ ପୁରସ୍କାରକୁ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଛାଡି ଘରକୁ ଫେରି ଯାଇଛନ୍ତି ।

ଫୋଗଟ ତିନି ଦିନ ତଳେ ପୁରସ୍କାର ଫେରସ୍ତ କରିବା ସମ୍ପର୍କରେ ଘୋଷଣା କରିଥିଲେ । ଯୁବ କଂଗ୍ରେସ ଏହି ଘଟଣାକୁ ଦେଶ ପାଇଁ ଲଜ୍ଜାଜନକ ଦିନ ବୋଲି ବର୍ଣ୍ଣନା କରିଛି । ଯୁବ କଂଗ୍ରେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛି, ଦେଶ ପାଇଁ ଲଜ୍ଜାର ଦିନ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ପରେ ବିନେଶ ଫୋଗାଟ ତାଙ୍କ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ରଖିଛନ୍ତି ।

ପୂର୍ବରୁ ଭାରତୀୟ କୁସ୍ତି ମହାସଂଘକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବିନେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସମଗ୍ର ଘଟଣା ଏବଂ ସଞ୍ଜୟ ସିଂହଙ୍କୁ ଡବ୍ଲ୍ୟୁଏଫ୍ଆଇର ନୂତନ ସଭାପତି ଭାବେ ନିର୍ବାଚିତ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ହେଉଥିବା ବ୍ୟବହାରକୁ ବିରୋଧ କରି  ତାଙ୍କ ପୁରସ୍କାରକୁ କର୍ତ୍ତବ୍ୟ ପଥରେ ରଖି ଘରକୁ ଫେରିଛନ୍ତି ବିନେଶ ଫୋଗାଟ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com