ଓଡ଼ିଶା

କଟକ ଟାଙ୍ଗି ନିକଟରୁ ୮୨ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

କଟକ: କଟକ ଟାଙ୍ଗି ନିକଟରୁ ୮୨ କେଜି ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି କଟକର ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ । ଏଥିସହିତ ଗଞ୍ଜେଇ ଚାଲାଣ କରିବା ପାଇଁ ବ୍ୟବହାର ହେଉଥିବା ବୋଲେରୋ ଗାଡିକୁ ମଧ୍ୟ ଜବତ କରାଯାଇଛି ।

ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ହୋଇଥିବା ଦୁଇ ଅପରାଧୀ ହେଉଛନ୍ତି ଅନନ୍ତ ଚାଉଳିଆ ଓ ସିଦ୍ଧକର ପ୍ରଧାନ ।

ଦୁହିଁଙ୍କ ଘର କନ୍ଧମାଳ ଜିଲ୍ଲାରେ ହୋଇଥିବା ବେଳେ ଏମାନେ କନ୍ଧମାଳରୁ ବାଲେଶ୍ଵର ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com