ଓଡ଼ିଶା

ମଠରେ ପଡିଲା ରକ୍ତର ଛିଟା : ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା, ମହନ୍ତ ଅଟକ

ଢେଙ୍କାନାଳ() ମଠରେ ପଡିଲା ରକ୍ତର ଛିଟା । ଢେଙ୍କାନାଳ ଜିଲ୍ଲା ମନ୍ଦାରର ଏକ ମଠରେ ବିଭତ୍ସ ହତ୍ୟାକାଣ୍ଡ । ଚୈତନ୍ୟ ଗୋସାଇଁଙ୍କ ମଠ ପରିସରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମଠର ମହନ୍ତ ବାବା ଦଶରଥଙ୍କୁ ଅଟକ ରଖି ଗଁଦିଆ ପୋଲିର ଛାନ୍‌ଭାନ୍‌ ଆରମ୍ଭ ।

ଖବର ଅନୁଯାୟୀ, ମଠ ପରିସରରେ ଜଣେ ଯୁବକଙ୍କ ଅତି ବିଭତ୍ସଭାବେ ପଥରରେ ଛେଚି ହତ୍ୟା କରାଯାଇଛି । ମୃତଦେହ ନିଟରେ ଏକ ବାଇକ ଓ ରକ୍ତ ଲଗା ପଥର ଖଣ୍ଡ ପଡିଛି । ଘଟଣାସଂପର୍କରେ ଖବର ପାଇଁ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ମଠର ମହନ୍ତ ବାବା ଦଶରଥଙ୍କୁ ଅଟକ ରଖିଛି ପୋଲିସ । ମଠର ମହନ୍ତଙ୍କ ଭୂମିକାକୁ ନେଇ ପୋଲିସ ସନ୍ଦେହ କରୁଛି।

ତେବେ ମୃତ ଯୁବକ ହେଲେ ଭୁବନ ବିଜ୍ଞାପିତ ପରିଷଦ ବାଜି ଛକର ଉଦ୍ଧବ ପାତ୍ର । ଉଦ୍ଧବ ବୁଲି ବୁଲି ଲୁହ ଟିଣ ଆଦି କିଣି  କବାଡିରେ ବିକ୍ରି କରିଥାନ୍ତି । ତେବେ ତାଙ୍କ ହତ୍ୟା ପଛର କାରଣ କଣ ? ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ ।  ହତ୍ୟାକାରୀଙ୍କୁ ଗିରଫ ଏବଂ ପରିବାରକୁ ନ୍ୟାୟ ପାଇଁ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com