ଓଡ଼ିଶା

ରାଜ୍ୟରେ ସଂକ୍ରମଣ କମିଛି, କିନ୍ତୁ ଡେଲଟା ଓ ଓମିକ୍ରନ ଏବେ ବି ଥିବାରୁ ସତର୍କ ରହିବା ଜରୁରୀ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ବର() ରାଜ୍ୟରେ ଶୀର୍ଷରେ ପହଞ୍ଚିବା ପରେ ଏବେ କମୁଛି ସଂକ୍ରମଣ। ୧୦ ହଜାର ପାର କରିଥିବା ସଂକ୍ରମଣ ସଂଖ୍ୟା ଏବେ ୫ ହଜାର ତଳକୁ ଖସିଛି। ଆଜି ଗତ ୨୪ ଘଣ୍ଟାରେ ରାଜ୍ୟ, ୩,୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।

ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଏବେ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଛି । ଦୈନିକ ସଂକ୍ରମଣ ସଂଖ୍ୟା ବି କମୁଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବି କମୁଛି । ଧିରେ ଧିରେ କରୋନା ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ମାତ୍ର ଯାହା ଆମେ ଆଗରୁ କହିଛୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟାଠୁ ବହୁତ ଅଧିକ । ତେଣୁ କେତେବେଳେ ବି ଏହା ପୁଣି ଫେରିପାରେ। ତେଣୁ ଆମକୁ ସତର୍କ ରହିବାକୁ ପଡିବ । ବର୍ତ୍ତମାନ ଯାହା କଟକଣା ରହିଛି ତାହା ଲୋକଙ୍କ ଜୀବନ ଜୀବିକା ଉପରେ ସାମନ୍ୟତମ ପ୍ରଭାବ ପକାଉନି । ସେଥିପାଇଁ ସଂକ୍ରମଣର ଗ୍ରାଫ ସମ୍ପୁର୍ଣ୍ଣ ତଳେ ନ ପହଞ୍ଚିବ‌ା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ ।

କୋଭିଡ ମୃତ୍ୟୁ ବଢିବା ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, କରୋନାର ଲହର ଶୀର୍ଷରେ ପହଞ୍ଚିବା ପରେ ମୃତ୍ୟୁ ସଂଖ୍ୟା ଟିକିଏ ବଢେ । ଜାନୁଆରି ମାସରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ତାହା ତୁଳନାରେ ଆମର ମୃତ୍ୟୁ ବହୁତ କମ ରହିଛି । ଡେଲଟା ଏବେ ବି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com