ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତିଶିକ୍ଷା

 ବ୍ରହ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, ୧୧ /୧୦/୨୦୨୨-  ନୀଳକଣ୍ଠ ନଗରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆସନ୍ତା ୧୧ ଓ ୧୨ ତାରିଖରେ ବିଂଶ ପ୍ରାଦେଶିକ ଜ୍ଞାନ ବିଜ୍ଞାନ ଆୟୋଜିତ ହେବ । ଏଥି ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ଭାରତୀ ଆନୁକୂଲ୍ୟରେ ଶିକ୍ଷାବିକାଶ ସମିତି ଓଡ଼ିଶାଙ୍କ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷା ବିକାଶ ସମିତି ସଭାପତି କିଶୋର ଚନ୍ଦ୍ର ମହାନ୍ତି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ ।

ନୀଳକଣ୍ଠନଗର ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ନାରାୟଣ ପଣ୍ଡା , ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି , ଅଧ୍ୟକ୍ଷ ଏସ୍. ମୋହନ ରାଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଶିଶୁ ବିଦ୍ୟା ମନ୍ଦିରରୁ ପ୍ରାୟ ୭୦୦ ଜଣ ଚୟନିତ ପ୍ରତିଯୋଗୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜ୍ଞାନ ପ୍ରକଳ୍ପ, ବୈଦିକ ଗଣିତ ଓ ସଂସ୍କୃତିବୋଧ ପ୍ରକଳ୍ପ ପ୍ରଦର୍ଶନ, ପ୍ରୟୋଗ ଏବଂ ପ୍ରଶ୍ନମଞ୍ଚ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com