କ୍ରୀଡ଼ା

ବେଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୨ ଆସିକା ପାଇଁ ଗୌରବ ଆଣିଛନ୍ତି ଅବିନାଶ

ବ୍ରହ୍ମପୁର, ୧୭/୦୮/୨୦୨୨-   ବ୍ରହ୍ମପୁର ଏରିନା ସ୍ପୋର୍ଟ ଇଣ୍ଡୋର ଷ୍ଟାଡିୟମରେ ତିନିଦିନ ଧରି ଚାଲିଥିବା ବେଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୨ ରେ ଆସିକା ପାଇଁ ଗୌରବ ଆଣିଛନ୍ତି ଅବିନାଶ ମୁନୀ । ବାଳକ ଦଳରେ ୧୭ ବର୍ଷ ବର୍ଗରେ ସିଙ୍ଗଲସ ଓ ଡ଼ବଲସରେ ଚମ୍ପିୟାନ ହୋଇ ଏହି କୃତିତ୍ବ ହାସଲ କରିଛନ୍ତି । ପୂର୍ବରୁ ସେ ଓଡିଶା ବେଡ଼ମିଣ୍ଟନ ଆସୋସିଏସନର ଅଣ୍ଡର ୧୯ ବର୍ଗର ୧୮ନଂ ରେଙ୍କରେ ରହି ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଗୁଡିକ ଖେଳି ଆସିକା ପାଇଁ ଗର୍ବ ଆଣିଛନ୍ତି । ଆଗକୁ ସର୍ବଭାରତୀୟ ସ୍ତରରେ ଖେଳିବା ତାଙ୍କର ଲକ୍ଷ୍ୟ ।  ଅଗଷ୍ଟ୧୫ ତାରିଖ ଉଦଯାପିନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପି. ଡି କୀର୍ତ୍ତୀ ଭାସନ ,ଏସୋସିଏସନ ସଭାପତି ସି ବି କେ ସୁଧାକର ଓ ଜେ. ତିରମୁଲା ରାଓ ଯୋଗଦେଇ କୃତି ପ୍ରତିଯୋଗିତାଙ୍କୁ ପୁରସ୍କୃତ କରିଥିଲେ । ଓଡିଶା ବେଡ଼ମିଣ୍ଟନ ଏସୋସିଏସନ ସହଯୋଗରେ ଗଂଜାମ ଜିଲ୍ଲା ବେଡ଼ମିଣ୍ଟନ ଏସୋସିଏସନ ଦ୍ୱାରା ବେଡ଼ମିଣ୍ଟନ ଚମ୍ପିୟାନସିପର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ ୨୨୦ ଜଣ ପୁରୁଷ ଓ ମହିଳା ବିଭିନ୍ନ ବର୍ଗରେ ପ୍ରତିଦ୍ବନ୍ଦିତା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com