କ୍ରୀଡ଼ା

ଏସିଆ କପ କ୍ରିକେଟ, ଚମ୍ପିଆନହେଲା ଶ୍ରୀଲଙ୍କା

ଦୁବାଇ ; ୧୨ା୯ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ଶୋଚନୀୟ ପରାଜୟ ପରେ କେହି ବି କଳ୍ପନା କରିପାରିନଥିଲେ ଶ୍ରୀଲଙ୍କା ଏସିଆ କପ୍‌  -୨୦୨୨ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିବ । ଅନିଶ୍ଚିତତାର ଖେଳ କ୍ରିକେଟରେ ସବୁ ସମ୍ଭବ ବୋଲି ପୁଣି ଥରେ ଶ୍ରୀଲଙ୍କା ପ୍ରମାଣିତ କରି ଦେଖାଇଛି । ଦାସୁନ ସନକାଙ୍କ ନେତୃତ୍ବାଧିକ ଶ୍ରୀଲଙ୍କା ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରି ଏସିଆ କପ୍ -୨୦୨୨ ଜିତିବାରେ ସଫଳ ହୋଇଛି । ଶ୍ରୀଲଙ୍କା ଲିଗ୍‌ ପର୍ଯ୍ୟାୟରେ ଆଫଗାନିସ୍ତାନ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ୨ ୱିକେଟରେ ପରାସ୍ତ କରି ସୁପର-୪ରେ ପହଞ୍ଚିଥିଲା । ସୁପର-୪​‌ରେ ଦଳ ଚମକ ଦେଖାଇଥିଲା । ଦଳ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଭାରତକୁ ୬ ୱିକେଟରେ ଓ ୩ୟ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ଫାଇନାଲରେ ଦଳ ୨୩ରନରେ ପାକିସ୍ତାନକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଗଠିତ ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷେ,କୁଶଳ ମେଣ୍ଡିସ,  ଧନଞ୍ଜୟ ଡିସିଲଭା, ୱାନିନ୍ଦୁ ହାସରଙ୍ଗା ଡିସିଲ୍‌ଭା, ମହେଶ ତୀକ୍ଷଣ, ପ୍ରମୁଖ ଭଲ ପ୍ରଦର୍ଶନ କରିବା ସହିତ ଦଳକୁ ଚମ୍ପିୖଆନ କରାଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com