କ୍ରୀଡ଼ା

ମହିଳା ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀଙ୍କ ବଡ ରେକର୍ଡ, ବିଶ୍ୱକପରେ ହାସଲ କଲେ ଏହି ମାଇଲଷ୍ଟୋନ୍

ନୂଆଦିଲ୍ଲୀ () ଭାରତୀୟ ମହିଳା ଟିମ୍‌ର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ଗୁରୁବାର ଏହି ଇତିହାସ ରଚିଛନ୍ତି । ଆଇସିସି ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ତେବେ ସେ କ୍ୟାରିଅରର ଶେଷ ବିଶ୍ୱକପ ଖେଳୁଛନ୍ତି ।

୩୯ ବର୍ଷୀୟ ଝୁଲଣ ବିଶ୍ୱକପରେ ସବୁଠାରୁ ଅଧିକ ଓ୍ୱିକେଟ୍ ନେଇଥିବା ବୋଲର ହୋଇପାରିଛନ୍ତି । ଏହି ମାମଲାରେ ସେ ସଂଯୁକ୍ତ ଭାବେ ଅଷ୍ଟ୍ରେଲିଆ ପୂର୍ବତନ ଖେଳାଳି ଲିନ୍ ଫୁଲଷ୍ଟୋନଙ୍କ ସହ ସମକକ୍ଷ ହୋଇଛନ୍ତି । ଉଭୟ ଏବେସୁଦ୍ଧା ବିଶ୍ୱକପରେ ୩୯ ଓ୍ୱିକେଟ୍ ହାସଲ କରିଛନ୍ତି । ଝୁଲଣ ୩୦ଟି ମୁକାବିଲାରେ ଏହି ଉପଲବ୍ଧି ହାସଲ କରିଛନ୍ତି । ତେବେ ଲିନ୍ ୨୦ଟି ମ୍ୟାଚରେ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ ।

ସେ ଏହି ଉପଲବ୍ଧି ନ୍ୟୁଜିଲାଣ୍ଡ ମାଟିରେ ହାସଲ କରିଛନ୍ତି । ସେ ଗୁରୁବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବା ପାଇଁ ଓହ୍ଲାଇଥିଲେ ।ନ୍ୟୁଜିଲାଣ୍ଡ ପାଳିର ଶେଷ ଓଭରରେ ଗୋଟିଏ ଓ୍ୱିକେଟ୍ ନେଇ ସେ ରେକର୍ଡ ସ୍ଥାପନ କରିଥିଲେ । ସେ ନିଜର ୩୯ତମ ଶିକାର କେଟି ମାର୍ଟିନଙ୍କୁ ବନାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com