କ୍ରୀଡ଼ା

ବିରାଟ କୋହଲି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’

ଟି-୨୦ ୱାର୍ଲ୍ଡ କପ୍ ମ୍ୟାଚ୍ ମଧ୍ୟରେ ବିରାଟ କୋହଲିଙ୍କ ପାଇଁ ଖୁସି ଖବର । ପ୍ରଥମ ଥର ପାଇଁ ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର ।  ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିଛି ।ଏସିଆ କପ୍ ପରଠାରୁ ବିରାଟ କୋହଲି ବହୁତ ଭଲ ଫର୍ମରେ ଅଛନ୍ତି, ଯାହା ସେ ଏପର୍ୟ୍ୟନ୍ତ ଟି-୨୦ ବିଶ୍ୱକପରେ ବଜାୟ ରଖିଛନ୍ତି । ସୁପର-୧୨ ରାଉଣ୍ଡ ଶେଷ ହେବା ପରେ କୋହଲି ଏହି ଟୁର୍ଣ୍ଣାମେଣ୍ଟର ଶୀର୍ଷ ସ୍କୋରର ଅଟନ୍ତି । ୫ ଟି ମ୍ୟାଚରେ ତାଙ୍କର ୧୨୩ ହାରାହାରିରେ ୨୪୬ ରନ୍ ଅଛି । ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ସ୍ୱତନ୍ତ୍ର ସମ୍ମାନ ମଧ୍ୟ ପାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com