Featuredକ୍ରୀଡ଼ାଜାତୀୟଜୀବନଶୈଳୀ

ଧୋନୀଙ୍କ ଗାଡ଼ି ସଉକ, ଘରକୁ କରିଦେଲେଣି ଏକ ଶୋ’ରୁମ୍‌

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କ୍ରିକେଟ ଜଗତର କ୍ୟାପ୍‌ଟେନ୍ କୁଲ୍ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ। ଧୋନୀ କ୍ରିକେଟ ପାଇଁ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେତିକି ନିଜ ବାଇକ୍ ସଉକ ପାଇଁ ବି ଆଗରେ ରହିଥାନ୍ତି । ତାଙ୍କ ପାଖରେ ବିଭିନ୍ନ ପ୍ରକାରର କାର୍ ସହ ଅନେକ ଗୁଡ଼ିଏ ବାଇକ୍ ରହିଛି। ଯାହା କୌଣସି ଶୋ’ରୁମ ଠାରୁ କମ୍‌ ନୁହେଁ।

ତେବେ ଧୋନୀଙ୍କ ପାଖରେ ହି ଅନେକ ଗୁଡ଼ିଏ ଗାଡ଼ିକୁ ବୋଧହୁଏ ଆପଣ ୫, ୧୦ କି ୧୫ ଭାବୁଥିବେ । କିନ୍ତୁ ଏହି ଅନେକ ଗୁଡ଼ିଏର ଅର୍ଥ ହେଉଛି ଏକ ବିରାଟ ଶୋ’ ରୁମ୍ । ଯାହାକୁ ଦେଖି କେବଳ ଆପଣ ନୁହନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଭେଙ୍କଟେଶ ପ୍ରସାଦ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଧୋନୀଙ୍କ ରାଞ୍ଚି ସ୍ଥିତ ବାସଭବନରେ ଥିବା ତାଙ୍କ ଗ୍ୟାରେଜରେ ଯେତେବେଳେ ସେ ମାହିଙ୍କ କାର୍ ଓ ବାଇକ୍ କଲେକ୍ସନ ଦେଖିଥିଲେ । ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ଏହାକୁ ଧୋନିଙ୍କ ପାଗଳପନ୍ଥି ବୋଲି ହସିହସି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com