Featuredଜାତୀୟ

ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା ଆଧାର ସହ ପ୍ୟାନ୍ ଲିଙ୍କର ସମୟ ସୀମା

ଆଧାର ସହ ପ୍ୟାନ ଲିଙ୍କର ସମୟ ସୀମାକୁ ପୁଣି ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ମାର୍ଚ୍ଚ ୩୧ ପରିବର୍ତ୍ତେ ଏବେ ଆଧାର ସହ ପ୍ୟାନ ଲିଙ୍କର ଶେଷ ତାରିଖ ୩୦ ଜୁନ୍ ୨୦୨୩ କରାଯାଇଛି । ଅର୍ଥାତ ଏବେ ଆପଣଙ୍କ ହାତରେ ୩ ମାସର ସମୟ ସୀମା ରହିଛି ।

ଆୟକର ବିଭାଗ ରିପୋର୍ଟ ମୁତାବକ ଏବେ ଯାଏଁ ୨ କୋଟି ପ୍ୟାନକାର୍ଡ ଧାରକ ନିଜ ପ୍ୟାନ କାର୍ଡକୁ ଆଧାର ସହ ଲିଙ୍କ କରିନାହାନ୍ତି । ତେଣୁ ପ୍ୟାନକାର୍ଡ ଧାରକଙ୍କୁ ଆଉ ଟିକେ ଆଶ୍ୱସ୍ତି ଦେଇ ସରକାର ପ୍ୟାନକାର୍ଡ ଲିଙ୍କର ସମୟ ସୀମାକୁ ୩୦ ଜୁନ ଯାଏଁ ବଢାଇ ଦେଇଛନ୍ତି । ଇନକମ ଟ୍ୟାକ୍ସର ଧାରା ୧୯୬୧ ଅନୁସାରେ ପ୍ୟାନକାର୍ଡକୁ ଆଧାରକାର୍ଡରେ ଲିଙ୍କ କରିବା ବାଧ୍ୟତାମୂଳକ । ଏମିତି ନକଲେ ଆପଣଙ୍କୁ ଜରିମାନା ଦେବାକୁ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com