Featuredଅନ୍ତର୍ଜାତୀୟଜାତୀୟ

ବରଫ ତଳୁ ମିଳିଲା ୫୦ ହଜାର ବର୍ଷ ପୁରୁଣା ଜୋମ୍ବି ଭାଇରସ୍

ୟୁରୋପର କିଛି ଗବେଷଙ୍କ ତୁଷାରବୃତ୍ତ ଅଞ୍ଚଳ ସାଇବେରିଆରୁ କିଛି ନମୂନା ସଂଗ୍ରହ କରିଛନ୍ତି। ଏଥିରୁ ୧୩ ନୂତନ ପାଥୋଜେନ୍ସ ଭାଇରସ୍ ଦେଖିବାକୁ ମିଳିଛି। ଏହାକୁ ଜୋମ୍ବି ଭାଇରସ୍ ମଧ୍ୟ କୁହାଯାଏ। ଅଧ୍ୟୟନରୁ ଜଣା ପଡିଛି ଯେ, ଏହି ଭାଇରସ୍ ହଜାର ହଜାର ବର୍ଷ ଧରି ବରଫ ତଳେ ଦବି ରହିବା ପରେ ବି ସକ୍ରିୟ ଅଛନ୍ତି ଏବଂ ସଂକ୍ରମଣ ପ୍ରସାର କରିବାରେ ସକ୍ଷମ। ବୈଜ୍ଞାନିକ ପୂର୍ବରୁ ମଧ୍ୟ ସତର୍କ କରାଇଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଏବଂ ବରଫ ତରଳିଲେ ଅନେକ ବିପଦଜ୍ଜନକ ଗ୍ୟାସ୍ ଉତ୍ପତି ହୋଇପାର, ଯାହା ମାନବ ଜାତିକୁ ବିପଦରେ ପକାଇବାରେ ପର୍ଯ୍ୟାପ୍ତ।। କିନ୍ତୁ ଅଦ୍ୟାବଧି ଜୋମ୍ବି ଭାଇରସର ବିପଦ ଉପରେ ବିଶେଷ କିଛି କୁହାଯାଇ ନାହିଁ।  ବୈଜ୍ଞାନିକଙ୍କ ମତରେ ଯଦି ଭାଇରସ୍ ପୁଣି ଥରେ ସକ୍ରିୟ ହୁଏ ତେବେ ଏହା ମାନବ ଏବଂ ପଶୁମାନଙ୍କୁ ବି ସଂକ୍ରମିତ କରିପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com