Featuredଭାଇରାଲ୍ ଭିଡିଓ

କୁମ୍ଭରୀ ପାଟିରେ ହାତ ରଖି ‘ସୋ’ ଦେଖାଉଥିଲେ ଯୁବକ, ହଠାତ ଘଟିଲା ଏମିତି….ଛାତି ଥରେଇଦେଲା ଭିଡିଓ

ଭୁବନେଶ୍ୱର: ଆପଣମାନେ କୁମ୍ଭୀରର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିଥିବେ। ହେଲେ ଏବେ ଏହିପରି ଏକ ବିପଜ୍ଜନକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କୁମ୍ଭୀରଟି ଜଣେ ବ୍ୟକ୍ତିଙ୍କ ହାତକୁ କାମୁଡ଼ିଦେଉଛି । ସୌଭାଗ୍ୟବଶତଃ ବ୍ୟକ୍ତିଜଣକ ବଳ ଲଗେଇ ନିଜ ହାତକୁ କୁମ୍ଭୀର ପାଟିରୁ ଟାଣିଆଣୁଛନ୍ତି। ଫଳରେ କୁମ୍ଭୀର ଆକ୍ରମଣରରୁ ନିଜ ହାତକୁ ଆଂଶିକ କ୍ଷତିରୁ ରକ୍ଷା କରି ନେଉଛନ୍ତି I

ବାସ୍ତବରେ ଏହି ଭିଡିଓକୁ ଜଣେ ଉପଭୋକ୍ତା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ ୨ଟି କୁମ୍ଭୀର ଏକ ଚଟଣାରେ ଶୋଇଛନ୍ତି I ଜଣେ ବ୍ୟକ୍ତି କୁମ୍ଭୀର ସାମ୍ନାରେ ବସିଛି। ଆଉ ସେହି କୁମ୍ଭୀରର ପାଟି ପୂର୍ବରୁ ଖୋଲା ରହିଛି।

ଯେତେବେଳେ ବ୍ୟକ୍ତି ଜଣକ କୁମ୍ଭୀର ସାମ୍ନାକୁ ଯାଆନ୍ତି, ସେତେବେଳେ ସେ ଏକ ବାଡ଼ି ସାହାଯ୍ୟରେ ଏହାର ପାଟିକୁ ଯାଞ୍ଚ କରନ୍ତି । ପରେ ହଠାତ୍ ସେ କୁମ୍ଭୀର ପାଟିରେ ହାତକୁ ରଖନ୍ତି । ପ୍ରଥମେ କୁମ୍ଭୀର କିଛି ପ୍ରତିକ୍ରିୟା କରେ ନାହିଁ, କିନ୍ତୁ ଏହା ପରେ ଯାହା ଘଟେ ତାହା ଆପଣ ବିଶ୍ୱାସ କରିପାରିବେନି।

ଭିଡିଓରେ ଦେଖାଯାଉଛି ଯେ କୁମ୍ଭୀରଟି ସେହି ବ୍ୟକ୍ତିଙ୍କ ହାତକୁ ସଂପୂର୍ଣ୍ଣ ଜାବୁଡି ଧରୁଛି , ଏହା ପରେ ବ୍ୟକ୍ତି ଜଣକ କୌଣସି ପ୍ରକାରେ କୁମ୍ଭୀର ପାଟିରୁ ତାଙ୍କ ହାତକୁ ମୁକ୍ତ କରିବାରେ ସଫଳ ହେଉଛନ୍ତି । ଭିଡିଓରେ ତାଙ୍କ ହାତରେ କୁମ୍ଭୀରର ଆଘାତ ସ୍ପଷ୍ଟ ଦେଖାଯାଉଛି। ଏହା ପରେ, ସେହି ବ୍ୟକ୍ତି ଜଣକ ତୁରନ୍ତ ସେଠାରୁ ଚାଲିଯାନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ୟ ପ୍ରାଣୀଙ୍କ ସହ ଏମତି ଦୁଃଶାସିକ କ୍ରୀଡା କେବେ କରନ୍ତୁ ନାହିଁ I ଯାହାର ପରିଣାମ ଅତି ଭୟଙ୍କର ହୋଇପାରେ, ଜୀବନ ମଧ୍ୟ ଚାଲିଯାଇପାରେ I

 

Related Articles

Back to top button
WP Twitter Auto Publish Powered By : XYZScripts.com