Breaking NewsFeaturedରାଜନୀତି

ଫାଇନାଲ ହରିଲା ଭାରତ : କଂଗ୍ରେସକୁ କଡା ଜବାବ ଦେଲା ବିଜେପି ।

ବିଶ୍ୱକପ ହାରିଲା ଭାରତ । ଯାହାଫଳରେ କୋଟି କୋଟି ଭାରତୀୟଙ୍କ ଭାଙ୍ଗିଦେଲା ହୃଦୟ । କିନ୍ତୁ ଏବେ ଏହି ଖେଳକୁ ନେଇ ରାଜନୀତିରେ ଚର୍ଚ୍ଚା ଜୋର । କାରଣ ଭାରତ ମ୍ୟାଚ ହାରିବା ପଛରେ ଅନ୍ୟ କିଛି ନୁହଁ ବରଂ ରହିଛି ରାଜନୈତିକ ପ୍ରଭାବ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ତେବେ ରାହୁଲଙ୍କ ପନୋତି ମନ୍ତବ୍ୟ ପରେ ଏବେ ବିଜେପି ଦେଇଛି କଡା ରିଆକ୍ସନ । ମ୍ୟାଚ ହାରିବା ପଛରେ ଗାନ୍ଧୀ ପରିବାରର ଜନ୍ମ ଦିନକୁ ସେ ଦାୟୀ କରିଛନ୍ତି । ସେଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଜନ୍ମ ଦିନ ଥିବାରୁ ଭାରତ ବିଶ୍ୱକପ ହାରିଲା ବୋଲି କହିଛି ବିଜେପି । ଏପରି କହି କଂଗ୍ରେସକୁ ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ତେବେ ନଭେମ୍ବର ୧୯ ରେ ଅନୁଷ୍ଠିତ କ୍ରିକେଟ୍ ବିଶ୍ୱକପ୍ରେ ପରାଜୟ ବରଣ କରିଥିଲା ଭାରତ । ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀଙ୍କୁ ‘ପନୋତି ବୋଲି କହିଥିଲେ ଏବଂ ମୋଦି ଷ୍ଟାଡିୟମରେ ପ୍ରବେଶ କରିବା ଦ୍ୱାରା ଭାରତ ମ୍ୟାଚ୍ ହାରିଯାଇଥିବା ଅଭିଯୋଗ କରିଥିଲେ। ପରଠାରୁ‘ପନୋତି ଶବ୍ଦ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com