ଜାତୀୟରାଜନୀତି

ମନିଲଣ୍ଡ୍ରିଂ ମାମଲାରେ ଗିରଫ ସତ୍ୟେନ୍ଦ୍ର ଜୈନଙ୍କଠାରୁ ପ୍ରତ୍ୟାହୃତ ହେଲା ସବୁ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ସତ୍ୟେନ୍ଦ୍ର ଜୈନଙ୍କ ଠାରୁ ସବୁ ମନ୍ତ୍ରାଳୟଙ୍କ ଦାୟିତ୍ୱ କାଢି ନେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି)ଙ୍କ ଦ୍ୱାରା ଗିରଫ ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଆମଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରୀୱାଲ ଗୁରୁବାର ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ସମର୍ଥନ କରିଛନ୍ତି।

ସେପଟେ ଜୈନଙ୍କ ମନ୍ତ୍ରାଳୟ ଦାୟିତ୍ୱ ଉପମୁଖ୍ୟମନ୍ତ୍ରୀ ମନିଷ ଶିସୋଦିଆଙ୍କୁ ନ୍ୟସ୍ତ କରାଯାଇଛି। ଏହି ଅବସରରେ କେନ୍ଦ୍ର ସରକାର ଏବେ ଜୈନଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଶିସୋଦିଆଙ୍କୁ ମଧ୍ୟ ଗିରଫ କରିବାକୁ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି। ଏଥିଲାଗି କେନ୍ଦ୍ର ସରକାର ସବୁ କେନ୍ଦ୍ରୀୟ ତଦନ୍ତ ସଂସ୍ଥାନଙ୍କୁ ଶିସୋଦିଆଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା ରୁଜୁ କରିବାକୁ କହିଥିବାର ସୂଚିତ କରିଛନ୍ତି। ଏଥିରେ କେଜରିୱାଲ ତାଙ୍କ ବିଶ୍ୱସ୍ଥ ସୂତ୍ରରୁ ଶିସୋଦିଆ ଗିରଫ ହେଉଥିବାର ଜାଣିବାକୁ ପାଇଥିବା କହିଛନ୍ତି।

ଏଣୁ ମୁଖ୍ୟମନ୍ତ୍ରୀ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଅପିଲ କରିଛନ୍ତି। ଆମଆଦମୀ ପାର୍ଟିର ସବୁ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜେଲରେ ପୁରାଇ ଦିଅ ବୋଲି କହିଛନ୍ତି ଓ ଏକଥରକେ ସବୁ କେନ୍ଦ୍ରୀୟ ଏଜେନ୍ସୀଙ୍କୁ ତାଙ୍କ ଦଳର ନେତାମନ୍ତ୍ରୀଙ୍କ ତଦନ୍ତ ଶେଷ କରିବାକୁ କହିଛନ୍ତି। ଏଥି ପାଇଁ ସେମାନେ ଯେତେ ଇଛା ସେତେ ଚଢଉ କରିପାରନ୍ତି ଓ ଏଥିରେ ଆମର ଆପତ୍ତି କରିବାର କିଛି ନାହିଁ ବୋଲି କେଜରିୱାଲ କହିଛନ୍ତି। ତେବେ ଥର ଥର କରି ମନ୍ତ୍ରୀମାନଙ୍କୁ ଗିରଫ କରିବା ଦ୍ୱାରା ସାର୍ବଜନିକ କାମରେ ବାଧା ଉପୁଜିଥିବାର କହିଛନ୍ତି କେଜରିୱାଲ।

Related Articles

Back to top button
WP Twitter Auto Publish Powered By : XYZScripts.com