ଜାତୀୟ

ବର୍ଷାରେ ଭୁଶୁଡିଗଲା ଘର : ଚାପିହୋଇ ଚାଲିଗଲା ମାଆ-ଝିଅର ଜୀବନ

ନୂଆଦିଲ୍ଲୀ: ଅଭାବନୀୟ ଘଟଣା । ଘର ଭୁଶୁଡି ପଡିବାରୁ ଚାଲିଗଲା ମାଆ ଓ ଝିଅର ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ । ମଙ୍ଗଳବାର ସକାଳେ ଏଠାରେ ଏକ ଘର ଭୁଶୁଡ଼ି ପଡିବାରୁ ଜଣେ ମହିଳା ଏବଂ ତାଙ୍କ ୭ବର୍ଷର ଝିଅର ମୃତ୍ୟୁ ହୋଇଛି । ଏହାସହ ପରିବାରର ଅନ୍ୟ ୩ଜଣ ଆହତ ହୋଇଛନ୍ତି ।

ସୂଚନାନୁସାରେ, ନାଗପୁରରୁ ପ୍ରାୟ ୧୫୦କିମି ଦୂର ଚନ୍ଦୁର ବଜାର ନିକଟବର୍ତ୍ତୀ ଫୁବଗାଓଁ ଗ୍ରାମରେ ଏହି ଘଟଣା ଘଟିଛି । ଅମରାବତୀରେ ଗତ କିଛି ଦିନ ହେବ ଭାରି ବର୍ଷା ହେଉଛି । ଅମରାବତୀର ଜିଲ୍ଲାପାଳ ଆଶୀଷ ବିଜଓ୍ବାଲ କହିଛନ୍ତି ଯେ, ଘର ଭିତରେ ପରିବାରର ୫ଜଣ ସଦସ୍ୟ ଥିଲେ । ଙଠାତ ଘରଟି ଭୁଶୁଡି ପଡିଥିଲା । ସେମାନେ ଘରର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ତେବେ ସ୍ଥାନୀୟ ଲୋକେ ପରିବାରର ୩ସଦସ୍ୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଆହତ ହୋଇଥିବା ୩ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏକ ପ୍ରକାର ସ୍ଥିର ରହିଛି । ତେବେ ଘର ପୁରୁଣା ହୋଇଥିବା ସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ତେଣୁ ପ୍ରବଳ ବର୍ଷା ହେବା କାରଣରୁ ଭୁଶୁଡ଼ି ଯାଇଥିବା ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com