ଅନ୍ତର୍ଜାତୀୟ

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, ୨୦ ଦିନରେ ୨୦ ସହରରେ ଧ୍ୱଂସର ତାଣ୍ଡବ

କିଭ୍: ୨୦ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ୨୦ ଦିନରେ ୨୦ ସହରରେ ଚାଲିଛି ଧ୍ୱଂସର ତାଣ୍ଡବ । କିଭ୍ ଦଖଲ କରିବା ପାଇଁ ଋଷ କିଭ୍ ଉପରେ କରୁଛି ବାରମ୍ବାର ଏୟାର ଷ୍ଟ୍ରାଇକ । ସେପଟେ ଯୁଦ୍ଧରେ ବିରାମ ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ଆଜି ପୁଣି ହେବ ଆଲୋଚନା । ଯୁଦ୍ଧ ଟାଳିବା ନେଇ ଦୁଇ ଦେଶର ପ୍ରତିନିଧିସ୍ତରୀୟ ଆଲୋଚନା ଗତକାଲି ହୋଇଥିବା ସତ୍ତ୍ବେ କୌଣସି ସମାଧାନ ବାହାରି ପାରି ନଥିଲା । ତେଣୁ ଆଜି ପୁଣି ଚାଲିବ ଆଲୋଚନା ।

ଅନ୍ୟପଟେ ଆମେରିକା କଂଗ୍ରେସକୁ ଭର୍ଚୁଆଲ ଜରିଆରେ ଉଦବୋଧନ ଦେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେପଟେ ଚୀନକୁ ଚେତାବନୀ ଦେଇଛି ଆମେରିକା । ଋଷକୁ ସହଯୋଗ କଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚୀନକୁ ଧମକ ଦେଇଛି ଆମେରିକା । ରୋମରେ ଚାଲିଥିବା ଆଲୋଚନା ପରିପ୍ରେକ୍ଷୀରେ ଏହା କହିଛି ଆମେରିକା । ତେଣେ ଯୁଦ୍ଧ ସାମଗ୍ରୀ ଯୋଗାଇବା ଲାଗି ଚୀନକୁ କହି ନଥିବା ଦର୍ଶାଇଲା ଋଷ ।  ଚୀନ ବୈଦେଶିକ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି- ୟୁକ୍ରେନ ପ୍ରସଙ୍ଗରେ ଚୀନ ଅଯଥା ଭୁଲ ଯୁଦ୍ଧ ପ୍ରସଙ୍ଗରେ ସୂଚନା ପ୍ରକାଶ କରୁଛି । ଚୀନ ବର୍ତ୍ତମାନ ବି ନାଟୋର ପୂର୍ବଦିଗ ସମ୍ପ୍ରସାରଣକୁ ବିରୋଧ କରୁଥିବାବେଳେ ମସ୍କୋକୁ ନିନ୍ଦା କରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com