କ୍ରୀଡ଼ା

ଆଜି ଭାରତ ବନାମ ଅଷ୍ଟ୍ରେଲିଆ ଅଣ୍ଡର – ୧୯ ବଶ୍ୱକପ ସେମିଫାଇନାଲ, ଯେଉଁ ଦଳ ଜିତିବ ସେ ଫାଇନାଲ ମ୍ୟାଚ୍ ଖେଳିବ

ଆଣ୍ଟିଗୁଆ : ଭାରତ ବନାମ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିଶ୍ୱକପ ସେମିଫାଇନାଲରେ ମୁହାଁମୁହିଁ , ଆଜି ଭାରତୀୟ ସମୟ ୬.୩୦ରେ ଆରମ୍ଭ ହେବ । ଏହି ମ୍ୟାଚରେ ଯେଉଁ ଦଳ ବିଜୟ ଲାଭ କରିବ ସେ ଫେବ୍ରୁଆରୀ ୫ରେ ଇଂଲଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବ । ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ-ଆଫଗାନିସ୍ତାନ । ଏହି ମ୍ୟାଚରେ ଇଂଲଣ୍ଡ ଆଫଗାନିସ୍ତାନକୁ ୧୫ ରନରେ ପରାସ୍ତ କରି ପ୍ରଥମ ଦଳ ଭାବରେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଦ୍ୱିତୀୟ ସେମିଫାଇନାଲରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।
ICC U-19 World Cup 2022, Sri Lanka vs Afghanistan, Highlights: Afghanistan  Beat Sri Lanka By 4 Runs In Super League Quarterfinal | Cricket News
ଚଳିତ ଅଣ୍ଡର-୧୯ ବିଶ୍ୱକପରେ ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା । କିନ୍ତୁ ଏହା ପରେ ଭାରତୀୟ ଦଳର ୫ ଜଣ ଖେଳାଳିଙ୍କୁ କରୋନା ସଂକ୍ରମିତ ହେଇଥିବା ସତ୍ତ୍ୱେ ଭାରତ ହାର ମାନିନଥିଲା । ଗ୍ରୁପ୍ ପର‌୍ୟ୍ୟାୟର ସମସ୍ତ ମ୍ୟାଚ ଜିତି କ୍ୱାଟର ଫାଇନାଲରେ ସ୍ଥାନ ପକ୍କା କରିଥିଲା ଟିମ୍ ଇଣ୍ଡିଆ । କ୍ୱାଟର ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ତେବେ ୪ଥର ଅଣ୍ଡର-୧୯ ବିଶ୍ୱକପ ବିଜେତା ଭାରତ ଆଜି ଏହି ସେମି ସମରକୁ ଜିତି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com