କ୍ରୀଡ଼ା

ବ୍ୟାଟିଂ ପରେ ଜାଡେଜାଙ୍କ ଦମଦାର୍ ବୋଲିଂ : ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ୍‌ରେ ଅଲଆଉଟ୍

ନୂଆଦିଲ୍ଲୀ() ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମୋହାଲି ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଶ୍ରୀଲଙ୍କା । ପ୍ରଥମ ଇନିଂସରେ ଭାରତ କରିଥିବା ୫୭୪ ରନ୍ ଜବାବରେ ଶ୍ରୀଲଙ୍କା ମାତ୍ର ୧୭୪ ରନରେ ଅଲଆଉଟ୍ ହୋଇଯାଇଛି । ଭାରତୀୟ ବୋଲରଙ୍କ ଆଗରେ କୌଣସି ଶ୍ରୀଲଙ୍କା ବ୍ୟାଟର ତିଷ୍ଠି ପାରିନଥିଲେ ।

ଭାରତ ପ୍ରଥମ ଇନିଂସ ୫୭୪ ଜବାବ​‌ରେ ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ପକ୍ଷରୁ ଓପନର୍ ଦିମୁଥ୍‌ କରଣାରତ୍ନେ ୨୮ ରନ କରି ଆଉଟ ହୋଇଥିବା ବେଳେ ଲାହିରୁ ଥିରିମାନେ ୧୭ ରନ, ଆଞ୍ଜେଲୋ ମାଥ୍ୟୁସ୍‌ ୨୨ ରନ, ଧନଞ୍ଜୟ ଡି ସିଲ୍‌ଭା ୧ରନ କରି ଆଉଟ ହୋଇଥିଲେ । ଫାଥୁମ୍ ନିଶାଙ୍କା ୨୬ ରନ ଏବଂ ଚରିଥ୍‌ ଆଶାଲଙ୍କା ୧ରନ କରି ଅପରାଜିତ ରହିଥିଲେ । ତେବେ ତୃତୀୟ ଦିନରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଦଳର ୫ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ୪ ଜଣ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଫଳରେ ଦଳ ମାତ୍ର ୧୭୪ ରନରେ ଅଲଆଉଟ୍ ହୋଇଯାଇଥିଲା ।ଏହାସହ ଭାରତ ୪୦୦ ରନ୍ ଆଗରେ ରହିଛି ।

ଟିମ୍‌ ଇଣ୍ଡିଆ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ୍‌ ଓ ଜସପ୍ରିତ ବୁମରାହ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ସେହିପରି ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com