କ୍ରୀଡ଼ା

ମହିଳା ପ୍ରିମିୟର ଲିଗ ପାଇଁ ଖେଳାଳି ନିଲାମ ଆରମ୍ଭ

ମୁମ୍ବାଇ, ୧୩/୦୨/୨୦୨୩ –   IPL ଢାଞ୍ଚାରେ ଖେଳାଯିବ ମହିଳା ପ୍ରିମିୟର ଲିଗ-WPL । ଏଥିପାଇଁ ସୋମବାର  ମୁମ୍ବାଇର ଏକ ତାରକା ହୋଟେଲରେ ଖେଳାଳି ନିଲାମ ଚାଲିଛି । WPLର ପ୍ରଥମ ସିଜିନ୍ ପାଇଁ ମୋଟ ୪୪୯ ଜଣ ଖେଳାଳିଙ୍କର ନିଲାମ ହେବ । ଯେଉଁଥିରୁ ୨୦୦ ଜଣ ଖେଳାଳି ଭାରତୀୟ ଅଟନ୍ତି ।

ଏଥର ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ସହିତ ଅହମ୍ମଦାବାଦ, ଲକ୍ଷ୍ନୌ, ଦିଲ୍ଲୀ ଓ ବାଙ୍ଗାଲୋର ଦଳ ସାମିଲ ଅଛନ୍ତି । ୫ଟି ଟିମରେ ମୋଟ ୯୦ ଜଣ ଖେଳାଳି ସାମିଲ ହେବେ । ତେବେ ସମସ୍ତ ଟିମ୍ ୧୨ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରି ପ୍ଲେୟାରମାନଙ୍କୁ କିଣିପାରିବେ । ମହିଳା ପ୍ରିମିୟର ଲିଗ୍ ପାଇଁ ତେବେ ଭାରତ ସହିତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦେଶର ବିଦେଶୀ ଖେଳାଳି ମଧ୍ୟ ଏହି ନିଲାମ ପ୍ରକ୍ରିୟାରେ ସାମିଲ ଅଛନ୍ତି ।

ଏହି ନିଲାମୀରେ ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ୍ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବାବେଳେ, ଓପନର ସ୍ମୃତି ମାନ୍ଧାନା ବାଙ୍ଗାଲୋର ଦଳ କିଣିଛି । ହରମନପ୍ରୀତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୮୦ କୋଟି ଟଙ୍କାରେ କିଣି ଥିଲାବେଳେ ସ୍ମୃତିଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୩.୪୦ କୋଟି ଟଙ୍କାରେ କିଣିଛି । ଦୁଇ ଜଣ ଯାକ ଖେଳାଳିଙ୍କର ବେସ୍ ପ୍ରାଇସ୍ ୫୦ ଲକ୍ଷ ଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com