କ୍ରୀଡ଼ା

ବିଶ୍ୱକପ ଟ୍ରଫିକୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍ସଙ୍କ ଅପମାନ । ବ୍ୟବହାରକୁ ନେଇ ଲୋକେ ନିଆଁ ।

ବିଶ୍ୱକପ ଟାଇଟେଲ ହାତେଇବା ସମସ୍ତ ଖେଳାଳୀ ଓ ପ୍ରତିଯୋଗୀଙ୍କ ସ୍ୱପ୍ନ । ଆଉ ଟ୍ରଫି ପାଇଁ ଦିନରାତି ଏକ କରିଦେଇଥାନ୍ତି ପ୍ଲେୟାର । ତେବେ ଚଳିତ ବର୍ଷ ଭାରତକୁ ପରାସ୍ତ କରି ରୋମାଂଚକର ଯାତ୍ରା ସହ କପ ହାତେଇଛି ଅଷ୍ଟ୍ରେଲିଆ ।

ଏନେଇ କୋଟି କୋଟି ଭାରତୀୟଙ୍କ ଭାଙ୍ଗି ଯାଇଛି ହୃଦୟ । ଖେଳିଯାଇଛି ଦୁଃଖର ମାହୋଲ । କିନ୍ତୁ ଅନ୍ୟପଟେ ବିଜୟ ଉତ୍ସବ ମନେଇବାରେ ଲାଗିଛି ଅଷ୍ଟ୍ରେଲିଆ । ଆଉ ଏହି ସମୟରେ ବିଶ୍ୱକପ ଟ୍ରଫିକୁ ଅସମ୍ମାନ କରିବାକୁ ପଛେଇ ନାହାନ୍ତି ଖେଳାଳୀ । ବିଶ୍ୱକପ ଟ୍ରଫି ଉପରେ କିଭଳି ଗୋଡ ଥୋଇ ଅପମାନିତ କରିଛନ୍ତି ତାହା ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠି ଆମେ ଆପଣଙ୍କୁ ଆଉ ଏକ ଚିତ୍ର ଦେଖାଉଛୁ, ଯେଉଁଠି ଭାରତ ଏହି କପକୁ ସମ୍ମାନ ଦେଉଛି । ୧୯୮୩ରେ ବିଶ୍ୱକପ ଟ୍ରଫି ହାତେଇବା ପରେ କିଭଳି କପକୁ ମୁଣ୍ଡରେ ରଖିଛନ୍ତି ପୂର୍ବତନ କ୍ୟାପଟେନ କପିଲ ଦେବ । ତେଣୁ ଭାରତର ଏ ସମ୍ମାନ ଓ ଅଷ୍ଟ୍ରେଲିଆ ପ୍ଲେୟାରଙ୍କ ଅସମ୍ମାନକୁ ନେଇ ଉଠିଛି ପ୍ରଶ୍ନ ।

ଏଠାରେ କହିରଖୁଛୁ ଯେ ଫାଇନାଲ ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ବିଶ୍ୱକପ ଟ୍ରଫିକୁ ଗୋଡ ତଳେ ରଖି ଫଟୋ ଉଠାଇଛନ୍ତି । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ପୋଷ୍ଟ କରିଥିବା ଫଟୋରେ ମାର୍ଶ ଏକ ସୋଫା ଉପରେ ବସିଥିବା ଦେଖିବାକୁ ମିଳୁଛି। କିନ୍ତୁ ସେ ନିଜେ ସୋଫା ଉପରେ ବଶି ବିଶ୍ୱକପ ଟ୍ରଫିକୁ ତଳେ ରଖିଛନ୍ତି। କେବଳ ତଳେ ରଖିନାହାନ୍ତି, ଟ୍ରଫି ଉପରେ ଦୁଇ ଗୋଡ ଥୋଇ ହାତରେ ବିଅର୍ ବୋତଲ ଧରି ଫଟୋ କ୍ଲିକ୍ କରିଛନ୍ତି ମାର୍ଶ । ତେବେ କପ୍ ଜିତିବା ପରେ ମାର୍ଶଙ୍କ ଏପରି ବ୍ୟବହାରକୁ ସୋଶାଲ ମିଡିଆ ୟୁଜର୍ ଟ୍ରୋଲ୍ କରୁଛନ୍ତି। ଏ ନେଇ କ୍ରିକେଟ ପ୍ରଶଂସକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେମାନେ ଏହାକୁ ଆଦୌ ଗ୍ରହଣ କରିପାରି ନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com