କ୍ରୀଡ଼ା

ଏସିଆ କପ ସୁପର-୪ ମୁକାବିଲାରେ ମଙ୍ଗଳବାର ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

ଦୁବାଇ, ୦୬/୦୯/୨୦୨୨-  ଏସିଆ କପ ସୁପର-୪ ମୁକାବିଲାରେ ମଙ୍ଗଳବାର ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ପରାଜୟ ବରଣ କରିବା ପରେ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତିକୁ ଚାଲିଆସିଛି । ଏସିଆ କପର ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରିବାକୁ ପଡ଼ିବ । ଆଜିର ମ୍ୟାଚରେ ଦଳରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେହିପରି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କୁ ବିତର୍କ ଜାରି ରହିଥିବାବେଳେ ଋଷଭଙ୍କ ସ୍ଥାନରେ ପୁଣି ଥରେ କାର୍ତ୍ତିକଙ୍କୁ ସ୍ଥାନ ମିଳିପାରେ ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ପ୍ରଥମ ଲିଗ ମ୍ୟାଚରେ ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ବିଜୟ ଧାରାକୁ ଫେରିଛି । ସୁପର-୪ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରି ଲଗାତର ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଶ୍ରୀଲଙ୍କାର ମନୋବଳ ଦୃଢ଼ ରହିଛି । ସୁପର-୪ରେ ପ୍ରଥମ ମ୍ୟାଚରେ ବିଜୟ ପରେ ଆଜିର ମ୍ୟାଚରେ ଭାରତକୁ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଶ୍ରୀଲଙ୍କା ।

Related Articles

Back to top button
WP Twitter Auto Publish Powered By : XYZScripts.com