କ୍ରୀଡ଼ା

ICC ଟେଷ୍ଟ ରାକିଙ୍ଗକୁ ନେଇ ବିବାଦ

ଭୁବନେଶ୍ୱର, ୧୬/୦୨/୨୦୨୩ –    ICC ଟେଷ୍ଟ ରାକିଙ୍ଗକୁ ନେଇ ବିବାଦ । ଯାହାକୁ ନେଇ IIC କ୍ଷମା ମାଗିଛି । ଘଟଣାନୁସାରେ ICC ୱେବସାଇଟରେ ପ୍ରଥମେ ଟିମ୍ ଇଣ୍ଡିଆ ନମ୍ବର ୱାନ୍ ସ୍ଥାନରେ ରହିଥିଲା । ହେଲେ ଏହାର କିଛି ସମୟ ପରେ ଏକ ନମ୍ବର ସ୍ଥାନରେ ରହିଲା ଅଷ୍ଟ୍ରେଲିଆ ଟିମ୍ । ତେବେ କୌଣସି ମ୍ୟାଚ୍ ନ ଖେଳାଯାଇ ମାତ୍ର କେଇ ଘଣ୍ଟା ଭିତରେ କେମିତି ICC ରାକିଙ୍ଗରେ ସ୍ଥାନ ପରିବର୍ତ୍ତନ କଲା ତାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।

ଗୁରୁବାର ଆଇସିସି ନିଜର ଭୁଲ୍ ସ୍ୱୀକାର କରିବା ସହିତ ଏକ ବୟାନ ଜାରି କରିଛି । ଏଥିରେ କୁହାଯାଇଛି, ୧୫ ଫେବ୍ରୁଆରୀ ୨୦୨୩ରେ  ଏକ ଭୁଲ୍ ଯୋଗୁ ICC ୱେବସାଇଟରେ ନମ୍ବର ୱାନ୍ ସ୍ଥାନରେ ଥିବା ଭାରତ ଦେଖିବାକୁ ମିଳିଥିଲା । ତେବେ ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ ପରେ ତାଜା ଅପଡେଟ୍ ସହ ଅଷ୍ଟ୍ରେଲିଆ ଟିମ୍ ରାକିଙ୍ଗର ପ୍ରଥମ ସ୍ଥାନ ବଜାୟ ରଖିଥିବା କୁହାଯାଇଛି ।

ଜାନୁଆରୀ ୧୭ ତାରିଖରେ ଭାରତ- ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ବର୍ତ୍ତମାନ ଅଷ୍ଟ୍ରେଲିଆ ୧୨୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ, ଭାରତ ୧୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି । ଭାରତ ଯଦି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିନିଏ, ତେବେ ଟେଷ୍ଟ ରାକିଙ୍ଗର ପ୍ରଥମ ସ୍ଥାନ ଅର୍ଜନ କରିବ । ଦ୍ୱିତୀୟ ଟେଷ୍ଟକୁ ଭାରତ ଜିତିଲେ, ଟିମ୍ ଇଣ୍ଡିଆର ପଏଣ୍ଟ ୧୨୧କୁ ବୃଦ୍ଧି ପାଇବା ସହିତ ଅଷ୍ଟ୍ରେଲିଆର ପଏଣ୍ଟ ୧୨୦କୁ ଖସିିବ । ରାକିଙ୍ଗର ପ୍ରଥମ ଦୁଇଟି ସ୍ଥାନରେ ଥିବା ଦୁଇଟି ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com