Breaking NewsFeaturedକ୍ରୀଡ଼ା

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଟିମର ପ୍ରଥମ ବିଜୟ, ଲକ୍ଷ୍ମଣ କହିଲେ…

ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଚାଲିଥିବା ଟେଷ୍ଟ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍‌କୁ ୮ ୱିକେଟ୍‌ରେ ପରାସ୍ତ କରିଛି ଭାରତ । ୪ ଦିବସୀୟ ଟେଷ୍ଟ୍ ମ୍ୟାଚ୍‌ରେ ରବିବାର ଚତୁର୍ଥ ଇଂନିସରେ ଭାରତ ୧୮.୪ ଓଭର୍‌ରେ ୨ ୱିକେଟ୍ ହରାଇ ନିର୍ଦ୍ଧାରିତ ୭୫ ରନ୍ ସଂଗ୍ରହ କରି ଏହି ଐତିହାସିକ ବିଜୟ ହାସଲ କରିଛି। ପ୍ରଥମ ଇନିଂସରେ ଚମତ୍କାର ବୋଲିଂ ଭାରତ ଅଷ୍ଟ୍ରେଲିଆକୁ ୨୧୯ ରନରେ ଅଲଆଉଟ କରିଥିଲା । ଜବାବରେ ୪୦୬ରେ ଅଲଆଉଟ ହୋଇଥିଲେ ମଧ୍ୟ ୧୮୭ ରନରେ ଆଗୁଆ ରହିଥିଲା ଭାରତ ।

ସେହିପରି ଦ୍ୱିତୀୟ ଇନିଂସରେ ମଧ୍ୟ କଙ୍ଗାରୁ ଦଳକୁ ବଡ ସ୍କୋର କରିବାକୁ ଦେଇନଥିଲା ଭାରତ । ୨୬୧ରେ ରନରେ ଅଷ୍ଟ୍ରେଲିଆକୁ ଅଲଆଉଟ କରି ଭାରତ ନିଜ ପାଇଁ ୭୫ ରନର ଛୋଟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଯାହାକୁ ୮ ଉଇକେଟରେ ଭାରତୀୟ ମହିଳା ଟିମ ଜିିତି ନେଇଛି । ଦଳ ପକ୍ଷରୁ ସ୍ମୃତି ମନ୍ଧନା ସର୍ବାଧିକ ୩୮ ରନ୍ କରି ନଟ୍‌ଆଉଟ୍ ରହିଥିଲେ । ତେବେ ଏହି ଟେଷ୍ଟ୍ ମ୍ୟାଚ୍ ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ପ୍ରଥମ ବିଜୟ। ସେପଟେ ଏହି ବିଜୟପରେ ସବୁ ଖେଳାଳିଙ୍କୁ ଧନ୍ୟବାଦ ଜଣାଇବା ସହ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଅତି ଗୁରୁତ୍ବପୂର୍ଣ୍ଣ ବିଜୟ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ । ସେହିପରି ଚୌକା ମାରି ଦଳକୁ ବିଜୟୀ କରାଇଥିବା ମନ୍ଧନା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଖେଳ ସେତେ କଠିନ ନ ଥିଲା। ତୃତୀୟ ଓ ଚତୁର୍ଥ ଦିବସରେ ଖେଳର ପରିସ୍ଥିତି ବଦଳି ଯିବ ବୋଲି ଭାବୁଥିଲୁ । ଧୈର୍ୟ୍ୟ ଧରିଲେ, କୌଣସି କଥା କଠିନ ଲାଗେ ନାହିଁ ବୋଲି ମନ୍ଧନା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com