କ୍ରୀଡ଼ା

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି ଓ ବୁମରାଙ୍କୁ ବିଶ୍ରାମ

ନୂଆଦିଲ୍ଲୀ,୧୪/୦୭/୨୦୨୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଘୋଷିତ ହୋଇଥିବା ୧୮ ଜଣିଆ ତାଲିକାରେ ଆଘାତ କାରଣରୁ ବାଦ ପଡିଥିବା କେ ଏଲ ରାହୁଲ ପୁଣି ଥରେ ଦଳକୁ ଫେରିଛନ୍ତି । ସେହିଭଳି ବିରାଟ କୋହଲି ଓ ଜସପ୍ରୀତ ବୁମରାଙ୍କୁ ଦଳରୁ ବାଦ ଦିଆଯାଇଛି । ବିସିସିଆଇ ତରଫରୁ ଜାରି କରାଯାଇଥିବା ତାଲିକାରେ ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, କେଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ଦୀପକ ହୂଦା , ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱନୀ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଆବେଶ ଖାନ, ହର୍ଷଲ ପଟେଲ, ଅର୍ଶଦୀପ ସିଂ ସାମିଲ ଅଛନ୍ତି । ହେଲେ ତାଲିକାରେ ବିରାଟ କୋହଲି ଓ ଜସପ୍ରୀତ ବୁମରାଙ୍କ ନାମ ନଥିବାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି। କୁହାଯାଉଛି କି ବିସିସିଆଇ ପକ୍ଷରୁ ଏହି ଦୁଇ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି । ଇଂଲଣ୍ଡ ବିରୋଧରେ ଚାଲିଥିବା ପ୍ରଥମ ଏକଦିବସୀୟ ମ୍ୟାଚରେ ଆଘାତ କାରଣରୁ ସେ ଖେଳିପାରି ନଥିଲେ ଓ ଆଜି ଦ୍ୱିତୀୟ ଏକଦିବସୀୟରେ ସେ ଖେଳି ନପାରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com