କ୍ରୀଡ଼ା

କ୍ରିକେଟ୍‌ର ବିଜୟ ୟାଦବଙ୍କ ଜୀବନ ସଂଗ୍ରାମ, ସୋସିଆଲ ମିଡିଆରେ ମାଗିଲେ ଚିକିତ୍ସା ସହାୟତା

() କ୍ରିକେଟ୍ ଦୁନିଆ କଥା ଚିନ୍ତା କଲେ ସାଧାରଣତଃ ସେଲିବ୍ରିଟି ଇମେଜ୍, ପ୍ରଶଂସକଙ୍କ ଭିଡ଼, ଲାଇମ୍-ଲାଇଟ୍ ଓ ପ୍ରାଚୁର୍ଯ୍ୟ ଆଦି ଶବ୍ଦଗୁଡ଼ିକ ଆପେ ଆପୋ ଯୋଡ଼ି ହେଇଯାଏ । କିନ୍ତୁ ପ୍ରତ୍ୟେକ କ୍ରିକେଟରଙ୍କ କ୍ଷେତ୍ରରେ ଏହା ଏକ ସତ୍ୟତା ନୁହେଁ । ନିଜ ସହ-ଖେଳାଳୀଙ୍କ ଭଳି ଏମାନଙ୍କର ବି ଦେଶ ପାଇଁ ବିଜୟ ମୁକୁଟ ତୋଳିଆଣିବାରେ ଶତ-ପ୍ରତିଶତ ଅବଦାନ ରହିଛି ।

ହେଲେ ସେମାନଙ୍କୁ ମିଳିନି ସମ ଅନୁପାଚରେ ସଫଳତା, ଧନ, ପରିଚିତି ଓ ସମ୍ମାନ । ଏହାର କାରଣ ତର୍ଜମା କରିବା ପାଇଁ ଆମେ କୌଣସି ଚର୍ଚ୍ଚା କରୁନାହୁଁ । ବରଂ ଲୋକପ୍ରିୟତା, ଦର୍ଶକ ଜନସମୁଦ୍ର ଓ ସେଲିବ୍ରିଟି ଭିଡ଼ ଆଢୁଆଳରେ ଜୀବନ ଯନ୍ତ୍ରଣା ସହ ଲଢ଼େଇ କରୁଥିବା କିଛି କ୍ରିକେଟରଙ୍କ ଅସମୟକୁ ଲାଘବ କରିବା ଆମର ଲକ୍ଷ୍ୟ ।  ସେହିଭଳି ଜଣେ ପୂର୍ବତନ କ୍ରିକେଟର୍ ହେଉଛନ୍ତି ବିଜୟ ୟାଦବ । ସୂଚନା ଅନୁଯାୟୀ ବିଜୟଙ୍କର ଦୁଇ ଦୁଇ ଥର ବାଇପାସ ଅପରେସନ ସରିଛି । ହେଲେ ଅଧିକ ଓ ଉନ୍ନତ ଚିକିତ୍ସା ପାଇଁ ସୋସିଆଲ୍ ମିଡିଆ ଜରିଆରେ ଶୁଭେଚ୍ଛୁଙ୍କ ଠାରୁ ସାହାଯ୍ୟ ମାଗୁଛନ୍ତି । ଆମେ ଆଶା କରୁଛୁ ବିଜୟଙ୍କର ଏହି ସହାୟତା ଅପିଲ୍ ତାଙ୍କ ପାଇଁ ଆଉ ଏକ ବିଜୟ ପଥକୁ ନେଇଯାଉ…. ।

Related Articles

Back to top button
WP Twitter Auto Publish Powered By : XYZScripts.com